Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

୬ ମାସରେ ଜଣେ ମହିଳା ୮୫ ପିଲାଙ୍କୁ ଜନ୍ମ ଦେବା ଘଟଣା, ଖୋଳତାଡ ପରେ ଜଣା ପଡିଲା ଏହି କଥା

21/09/2019 at 3:58 PM

ନୂଆଦିଲ୍ଲୀ – ଆସାମରେ ଜଣେ ମହିଳା ୬ ମାସ ମଧ୍ୟରେ ୮୫ ଜଣ ଶିଶୁଙ୍କୁ ଜନ୍ମ ଦେବା ଘଟଣା ସାମ୍ନାକୁ ଆସିଥିଲା । ଆସାମର ଏକ ସରକାରୀ ଡାକ୍ତରଖାନାରେ ମହିଳା ଜଣଙ୍କ ୮୫ ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ଜଣା ପଡିଥିଲା । ଏହି ମହିଳା ଜଣଙ୍କ ନର୍ସ ଭାବେ କାମ କରନ୍ତି । ତେବେ ୬ ମାସ ମଧ୍ୟରେ ୮୫ ଜଣ ଶିଶୁଙ୍କୁ ଜନ୍ମ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ସମ୍ପୃକ୍ତ ନର୍ସ ଟଙ୍କା ଲୋଭର ଏପରି କରିଥିବା ଘଟଣା ସାମ୍ନା କୁ ଆସିଥିଲା । ଗର୍ଭବତୀ ମହିଳାଙ୍କୁ ସରକାରୀ ଚିକିତ୍ସା ଉପଲବ୍ଧ କରାଇଦେଲେ ନର୍ସମାନଙ୍କୁ ୫୦୦ ଟଙ୍କା ପ୍ରୋର୍ସାହନ ରାଶି ମିଳିଥାଏ । ଲିଲି ବେଗମ ନାମକ ନର୍ସ ଏହି ଟଙ୍କା ପାଇବା ଲୋଭରେ ନିଜକୁ ୬ ମାସ ମଧ୍ୟରେ ୮୫ ଜଣ ଶିଶୁଙ୍କୁ ସରକାରୀ ଡାକ୍ତରଖାନାରେ ଜନ୍ମ କରାଇଥିବା କଥା ସରକାରୀ ଖାତାରେ ଉଲ୍ଲେଖ କରାଇଥିଲା ।
ଯାଞ୍ଚ ବେଳେ ୧୬୦ ଟି ପ୍ରସବ ଘଟଣାରେ ଲିଲି ନିଜକୁ ୮୫ ଥର ମାଆ ହୋଇଥିବା କଥା ଦର୍ଶାଇଛନ୍ତି । ଏପରି କରି ସେ ୪୦ ହଜାର ଟଙ୍କା ସରକାରଙ୍କ ଠାରୁ ନେଇଛନ୍ତି ।
ଗୌହାଟୀରୁ ୩୫୦ କିଲୋମିଟର କରିମଗଞ୍ଜ ଜିଲ୍ଲାରେ ଏହି ଘଟଣା ଘଟିଛି । ଏହି ବିଷୟରେ ଅଭିଯୋଗ ଆସିଥିଲା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିଥିଲେ । ନର୍ସ ଜଣଙ୍କ ଲୋକଙ୍କୁ ପ୍ରୋତ୍ସାହନ ରାଶି ଦେବା କଥା ବୁଝାବୁଝି କରୁଥିବାରୁ ଏପରି ଟଙ୍କା ହଡପ କରିଥିବା ଜଣା ପଡିଥିଲା । ଘଟଣା ଜଣାପଡିବା ପରେ ଲିଲିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

   Related Posts