Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜଭବନ କରୋନା ହଟସ୍ପଟ : ୮୪ ସଂକ୍ରମିତ

23/07/2020 at 4:56 PM

ଚେନ୍ନାଇ ୨୩।୭: ଚେନ୍ନାଇରେ କୋଭିଡ୍-୧୯ର ହଟସ୍ପଟ ପାଲଟିଛି ରାଜଭବନ । ଏଠାରେ ୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ସଂକ୍ରମିତଙ୍କ ମଧ୍ୟରେ ସୁରକ୍ଷାକର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ ରହିଛନ୍ତି ।

ରାଜଭବନରେ ରହୁଥିବା କିଛି ଲୋକଙ୍କଠାରେ କରୋନାର ଲକ୍ଷଣ ଦେଖା ଯାଇଥିଲା । ଫଳରେ ୧୪୭ ଜଣଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ସୁରକ୍ଷାକର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ମିଶାଇ ମୋଟ୍ ୮୪ ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ରାଜଭବନ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ ରେ ଏହା ଦର୍ଶାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯାଇଛି ।

ସଂକ୍ରମିତ ହୋଇଥିବା ସମସ୍ତେ ରାଜଭବନ ମୁଖ୍ୟ ବିଲ୍ଡିଂ ବାହାରେ କାର୍ଯ୍ୟ କରୁଥିଲେ । ରାଜ୍ୟପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସଂସ୍ପର୍ଶରେ କେହି ସଂକ୍ରମିତ ଆସିନଥିବା ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସମେତ ରାଜଭବନ ପରିସରକୁ ସାନିଟାଇଜ୍ କରାଯାଇଛି । ରାଜଭବନ ପକ୍ଷରୁ ଘଟଣା ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।

   Related Posts