କ୍ଵାରେଣ୍ଟାଇନ୍ରେ ୨୮ ଦିନରେ ଡାକ୍ତରଙ୍କ ଖାଇବା ଖର୍ଚ୍ଚ ୫୦ ଲକ୍ଷ ଟଙ୍କା: ଚିନ୍ତାରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ
29/07/2020 at 11:08 AM

ଆଲିଗଡ଼ ୨୯/୦୭ : ଉତ୍ତର ପ୍ରଦେଶ ଆଲିଗଡ଼ର ଜନପଦ ହୋଟେଲରେ କ୍ଵାରେଣ୍ଟାଇନରେ ରହିବା ସମୟରେ ଡାକ୍ତର ମାନେ ୫୦ ଲକ୍ଷ ଟଙ୍କାର ଖାଦ୍ୟ ଖାଇଥିବା ମାମଲା ବର୍ତ୍ତମାନ ଚର୍ଚ୍ଚାରେ | ମଙ୍ଗଳବାର ଦିନ କରୋନା ମାମଲାରେ ବସିଥିବା ମଣ୍ଡଳୀୟ ସମୀକ୍ଷା ବୈଠକରେ ଏହି ଚକିତ କଲା ଭଳି ଖବର ଅଧିକାରୀଙ୍କ ସମ୍ମୁଖକୁ ଆସିଥିଲା | ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମଣ୍ଡଳୀୟ ସମୀକ୍ଷା ବୈଠକରେ ୮୪ ଡାକ୍ତର ୨୮ ଦିନରେ ୫୦ ଲକ୍ଷ ଟଙ୍କା ଖାଦ୍ୟ ଖାଇଥିବା ବିଲ ସାମ୍ନାକୁ ଆସିଥିଲା | ବିଲ ଦେଖି ବୈଠକରେ ଉପସ୍ଥିତ ଉପ ମୁଖ୍ୟ ସଚିବ ଡ.ରଜନୀଶ ଦୁବେଙ୍କ ସମେତ ତମାମ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଗଲେ | ଡାକ୍ତରମାନେ ଖାଇଥିବା ଏହି ବିଲ ପେମେଣ୍ଟ କରିବାକୁ ଅଧିକାରୀ ମନା କରିଦେଇଥିଲେ | ସେ କହିଥିଲେ ଯେ ଭବିଷ୍ୟତରେ ୫୦ ଟଙ୍କା ଡାଏଟ ଆଧାରରେ ହିଁ ଟଙ୍କା ପେମେଣ୍ଟ କରାଯାଇପାରେ |

ଉପ ମୁଖ୍ୟ ସଚିବ ଶାସନାଦେଶର ଦ୍ୱାହି ଦେଇ କହିଛନ୍ତି ୨୮ ଦିନରେ ୮୪ ଡାକ୍ତର ଖାଇଥିବା ଭୋଜନ ବିଲ ର ପେମେଣ୍ଟ କରିବାକୁ ମନା କରିଦେଇଥିଲେ | ୫୦ ଟଙ୍କା ହିସାବରେ ବିଲ ପେମେଣ୍ଟ କରିପାରିବେ ବୋଲି ସେ କହିଥିଲେ |

ସୂଚନାଯୋଗ୍ୟ ଯେ, ସହରରେ କରୋନା ପ୍ରକୋପ ଆରମ୍ଭ ହେବାପରେ ଜବାହାରଲାଲ ନେହରୁ ମେଡିକାଲ କଲେଜରେ ଲଖନଉ ଏବଂ ଅନ୍ୟ ସ୍ଥାନରୁ ଡାକ୍ତରଙ୍କ ଟିମ ଡକାଯାଉଥିଲା | ଡାକ୍ତରଙ୍କୁ ମହାନଗରର ହୋଟେଲରେ କ୍ଵାରେଣ୍ଟାଇନ କରାଯାଇଥିଲା | ପ୍ରଥମ ବ୍ୟାଚର ୪୨ ଡାକ୍ତରଙ୍କୁ ମାର୍ଚ୍ଚ ୨୦ରେ ହୋଟେଲ ପାମ ଟ୍ରି ଏବଂ ବିକାଶୋଟେଲରେ ୧୪ ଦିନ ପାଇଁ ଆଇସୋଲେଟ କରାଯାଇଥିଲା | ଏହାପରେ ପରବର୍ତ୍ତୀ ବ୍ୟାଚରେ ୪୨ ଡାକ୍ତରଙ୍କୁ ହୋଟେଲ ଗ୍ୟାଲେକ୍ସି ହୋଟେଲ ଓ ହୋଟେଲ ଅଲି ଇନରେ ରଖାଯାଇଥିଲା | ୨୮ ଦିନ ଅବଧିରେ ଡାକ୍ତରଙ୍କ ରହିବା, ଖାଇବା ପିଇବା ବିଲ ୫୦ ଲକ୍ଷ ଟଙ୍କା ହୋଇଛି | ବିଲ ହିସାବରେ ଜଣେ ଡାକ୍ତର ଦୈନିକ ୨୧୨୬ ଟଙ୍କା ଖର୍ଚ୍ଚ କରିଛନ୍ତି | ବର୍ତ୍ତମାନ ଏହି ବିଲକୁ ନେଇ ଜେଏନଏମସି, ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଚିନ୍ତାରେ |