Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଫିଲ୍ମ ’83’ର ଟ୍ରେଲର ରିଲିଜ୍ , ଦମ୍‌ଦାର ଅଭିନୟରେ ନଜର ଆସିଲେ ରଣବୀର ସିଂ…

1/12/2021 at 12:17 PM

ନୂଆଦିଲ୍ଳୀ ୦୧।୧୨ : ବହୁ ପ୍ରତୀକ୍ଷିତ ଫିଲ୍ମ ’83’ ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ବଲିଉଡ ଏବଂ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ୧୯୮୩ ବିଶ୍ୱକପରେ ଭାରତର ବିଜୟ ହେବା ଉପରେ ଆଧାର କରି ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି । ଫିଲ୍ମର ଟ୍ରେଲର୍ଟି ଖୁବ୍ ଦମଦାର୍ ହୋଇଛି ବୋଲି ଜଣାପଡିଛି । ପୂର୍ବତନ ଭାରତୀୟ ଅଧିନାୟକ କପିଲ୍ ଦେବ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫିଲ୍ମର ଟ୍ରେଲର ସେୟାର କରୁଥିବାବେଳେ ଗର୍ବର ସହିତ ଏହି ଫିଲ୍ମକୁ ‘ତାଙ୍କ ଦଳର କାହାଣୀ’ ବୋଲି ଘୋଷଣା କରିଛନ୍ତି।

ବିଶ୍ୱକପ୍‌ ଚାମ୍ପିଅନ୍ ହୋଇଥିବା ଅଧିନାୟକ କପିଲ ଦେବଙ୍କ ଭୂମିକାରେ ନଜର ଆସିଛନ୍ତି ରଣବୀର ସିଂ। ଏହି ଫିଲ୍ମରେ ରଣବୀର ଏକଦମ୍ କପିଲ ଦେବଙ୍କ ପରି ଦେଖା ଯାଉଛନ୍ତି । ଏହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଫିଲ୍ମରେ କପିଲ ଦେବଙ୍କ ପତ୍ନୀଙ୍କ ଭୁମିକାରେ ଦେଖିବାକୁ ମିଳିବେ ଦୀପିକା ପାଦୁକୋନ୍‌ଙ୍କୁ । ଦେଖିଲେ ଲାଗୁଛି ଦୁହେଁ ଖୁବ୍ ଆକର୍ଷଣୀୟ ଚମତ୍କାର ଅଭିନୟ କରିଛନ୍ତି ।

ଫିଲ୍ମର ଟ୍ରେଲର୍ କଥା କହିଲେ, ଆପଣ ମାନେ ଏହି ଟ୍ରେଲର୍ ମାଧ୍ୟମରେ ସେହି ଐତିହାସିକ ମୁହୂର୍ତ୍ତକୁ ଚାଲିଯିବେ ଯେଉଁ ସମୟରେ କ୍ରିକେଟ୍ ଇତିହାସରେ ଭାରତ ପ୍ରଥମ ବିଶ୍ୱକପ୍ ଜିତିଥିଲା । ଏଥିରେ ଆପଣମାନଙ୍କୁ ହାର୍ ଜିତ୍ ସବୁକିଛିର ମଜା ନିଶ୍ଚିତ ଭାବରେ ଆସିବ । ଏହି ଟ୍ରେଲରକୁ ଦେଖିଲା ପରେ ଫ୍ୟାନ୍ସଙ୍କ ତରଫରୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିବାରେ ଲାଗିଛି ।

   Related Posts