Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ରାଜଧାନୀରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୮୩ ଆକ୍ରାନ୍ତ, ସୁସ୍ଥ ହୋଇ ଘରକୁ ଫେରିଲେ ୨୦୧

1/11/2020 at 6:33 PM

ଭୁବନେଶ୍ଵର ୦୧।୧୧: ରାଜ୍ୟରେ କରୋନାର ହଟ୍‌ସ୍ପଟ୍‌ ଭୁବନେଶ୍ଵରରେ ସଂପ୍ରତି କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି। ସଂକ୍ରମିତଙ୍କଠୁ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରେ ୮୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛି।

ବିଏମସି ଅନୁଯାୟୀ ଆଜି ଆଉ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୦ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ସଂଖ୍ୟା ୬୩ ରହିଛି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୯,୨୩୬ରେ ପହଞ୍ଚିଛି। ଆଜିର ୨୦୧ ସୁସ୍ଥକୁ ମିଶାଇ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୨୭,୭୪୪କୁ ବୃଦ୍ଧି ଘଟିଛି। ରାଜଧାନୀରେ ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୧୬୭ରେ ପହଞ୍ଚିଛି। ବର୍ତ୍ତମାନ ୧୩୦୪ କରୋନା ପଜିଟିଭ୍ ଚିକିତ୍ସାଧୀନ ଅଛନ୍ତି।

   Related Posts