ପତଞ୍ଜଳି ଯୋଗପୀଠରେ ୮୩ କରୋନା ପଜିଟିଭ୍, ବାବାଙ୍କର ମଧ୍ୟ ହୋଇପାରେ ଯାଞ୍ଚ

Published By : Prameya-News7 Bureau | April 22, 2021 IST

ହରିଦ୍ୱାର ୨୨/୦୪ : ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାମାରୀ ପତଞ୍ଜଳି ଯୋଗପୀଠକୁ ମଧ୍ୟ କବଳିତ କରିଛି। ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠରେ ୮୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ଆଇସୋଲେଟ କରାଯାଇଛି। ବାବା ରାମଦେବଙ୍କର ମଧ୍ୟ କରୋନା ଯାଞ୍ଚ କରାଯାଇପାରେ। ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ପତଞ୍ଜଳି ପୀଠରେ ଉପସ୍ଥିତ ଅନ୍ୟମାନଙ୍କର ମଧ୍ୟ କରୋନା ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ, ପତଞ୍ଜଳି ଯୋଗପୀଠର ଅନେକ ସଂସ୍ଥାରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ଚିହ୍ନଟ ହେଉଛନ୍ତି। ହରିଦ୍ୱାର ସିଏମଓ ଡାକ୍ତର ଶମ୍ଭୁ ଝା କହିଛନ୍ତି ଏପ୍ରିଲ ୧୦ ରୁ ଏବେ ସୁଦ୍ଧା ପତଞ୍ଜଳି ଯୋଗପୀଠ ଆଚାର୍ଯ୍ୟକୁଲମ ଓ ଯୋଗଗ୍ରାମରେ ୮୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ପତଞ୍ଜଳି ପରିସରରେ ଆଇସୋଲେଟ କରାଯାଇଛି। ଆବଶ୍ୟକ ପଡିଲେ ବାବା ରାମଦେବଙ୍କର ମଧ୍ୟ କରୋନା ଯାଞ୍ଚ ହେବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.