ଦିନକୁ ୮୩ କୋଟି ଚଙ୍କାର ସାନିଟାଇଜର ଖର୍ଚ୍ଚ କରନ୍ତି ଭାରତୀୟ, ଲକଡାଉନର ୫ ମାସରେ ୩୦ ହଜାର କୋଟି ଚଙ୍କାର କାରବାର

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ, ୨୨|୦୮  :  କରୋନା ଭାଇରସର ମୁକାବିଲା ତଥା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ବୈଜ୍ଞାନିକ, ଗବେଷକମାନେ ସାନିଟାଇଜରକୁ ଭାଇରସ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ପ୍ରତି ୨୦ ମିନିଟରେ ଥରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି । ଏହା ମଧ୍ୟରେ ଦେଶରେ ସାନିଟାଇଜର ବଜାରର ଆକାର ୭ରୁ ୮ ଗୁଣ ବୃଦ୍ଧି ପାଇଛି ।

ମୁମ୍ବାଇର ଏକ ଅଞ୍ଚଳରେ ଥିବା ଗୋଟିଏ ଦୋକାନରେ ୨୦୧୭ରେ ୪୩ ହଜାର ଟଙ୍କାର ସାନିଟାଇଜର୍ ବିକ୍ରି କରାଯାଇଥିଲା । ୨୦୧୮ରେ ଏହା ୫୮୦୦୦ ଓ ୨୦୨୦ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୧,୧୨,୧୪୩ ଟଙ୍କାର ସାନିଟାଇଜର୍ ବିକ୍ରି କରାଯାଇଛି । କରୋନା ମାମଲା ବୃଦ୍ଧି ପାଇବା ପରେ ଏପ୍ରିଲ ୧ରୁ ଜୁଲାଇ ୨୦୨୦ ମଧ୍ୟରେ ୧୦,୨୫,୮୭୭ ଟଙ୍କାରେ ସାନିଟାଇଜର୍ ବିକ୍ରି କରାଯାଇଛି ।

କୋଭିଡ୍-୧୯ ପୂର୍ବରୁ ଦେଶର ସାନିଟାଇଜର ବଜାର ୧୦୦ରୁ ୨୦୦ କୋଟି ଥିଲା । ଏବେ ଏହା ୫ ଗୁଣ ବୃଦ୍ଧି ପାଇଥିବା କହିଛନ୍ତି ପର୍ସନାଲ କେୟାର ଆଣ୍ଡ୍ ଆଲାଏନ୍ସର ଡାଇରେକ୍ଟର ଭେଙ୍କଟେଶ ବିଜୟରାଧବନ । ୨୫୦ରୁ ଅଧିକ ଛୋଟ ବଡ କମ୍ପାନୀ ସାନିଟାଇଜର ବଜାରରେ ପ୍ରବେଶ କରିଛନ୍ତି  ।

ଅନୁମାନ କରାଯାଉଛି ଯେ, ଦେଶରେ ସାନିଟାଇଜର ବଜାର ବର୍ଷ ଶେଷ ସୁଦ୍ଧା ୩୦ ହଜାର କୋଟିରେ ପହଁଚିବ । ନ୍ୟୁଜ୍ ୧୮ର ରିପୋର୍ଟ ଅନୁସାରେ, ଯଦି ଦେଶରେ ୩୩ କୋଟି ଭାରତୀୟ ସାନିଟାଇଜର୍ ବ୍ୟବହାର କରୁଥାନ୍ତି ତେବେ ଦୈନିକ ଜଣେ ବ୍ୟକ୍ତି ୫ମିଲିର ସାନିଟାଇଜର ବ୍ୟବହାର କରିଥାଏ । ଅର୍ଥାତ ପ୍ରଚିଦିନ ୧୬୩ କୋଟି ମିଲି ସାନିଟାଇଜର ବ୍ୟବହାର ହୁଏ । ସରକାରଙ୍କ ତରଫରୁ ସାନିଟାଇଜର ଉପରେ ପ୍ରତି ମିଲି ଲିଟର ପିଛା ୫୦ ପଇସା ନିର୍ଧାରଣ କରାଯାଇଛି । ଅର୍ଥାତ ୩୩ କୋଟି ଭାରତୀୟ ପ୍ରତିଦିନ ପ୍ରାୟ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରିଥାନ୍ତି । ଏହାକୁ ୩୬୫ରେ ଗୁଣିଲେ ୩୦ ହଜାର କୋଟି ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.