୮୨ ବର୍ଷ ବୟସର ବୃଦ୍ଧା ସଂଗ୍ରହ କରୁଛନ୍ତି କାଇଁଚ, ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଘରକରଣା...

Published By : Prameya-News7 Bureau | August 28, 2019 IST

କେନ୍ଦ୍ରାପଡା ୨୮୮:  ୮୨ ବର୍ଷ ବୟସର ବୃଦ୍ଧା ସଂଗ୍ରହ କରୁଛନ୍ତି କାଇଁଚ । ଆଉ ଏହି କାଇଁଚ ହିଁ ତାଙ୍କୁ ଦେଇଛି ରୋଜଗାର । ବୟସରେ ଅପରାହ୍ନରେ ପହଞ୍ଚି ଥିବା ଏମିତି ଜଣେ ବୃଦ୍ଧା ହେଉଛନ୍ତି  କେନ୍ଦ୍ରାପଡା ଜଝାଙ୍ଗ ଗାଁର ଜେମା ଦେଇ । କେବଳ ଜେମା ନୁହନ୍ତି ।  ଅନେକ ଶିକ୍ଷିତ ଯୁବତୀ ଏବଂ ମହିଳାମାନେ ବି ଏଇ କାଇଁଚ କାରିଗରୀକୁ ଆପଣେଇଛନ୍ତି । କାଇଁଚ ହିଁ ସେମାନଙ୍କୁ କରିଛି ସ୍ବାବଲମ୍ବୀ ।

{"id":150018}

ଗୋଟେ ହାତରେ ଧାରୁଆ ଦା'  । ଆର ହାତରେ କାଇଁଚ କାଠି। ପାଖରେ ଜମା ହୋଇଛି ଧାନ ବିଲରୁ ସଂଗୃହୀତ କଞ୍ଚା କାଇଁଚ ଗଛ । ଆପଣ ଯଦି କଟକ-ଚାନ୍ଦବାଲୀ ରାସ୍ତାରେ ଯାତ୍ରା କରୁଛନ୍ତି ତେବେ ଠିକ୍ ଜଝାଙ୍ଗ ଛକରେ ଏହି ବୃଦ୍ଧାଙ୍କୁ ଦେଖିବା ପାଇଁ ପାଇବେ । ବୃଦ୍ଧା ଜଣଙ୍କ ହେଉଛନ୍ତି ଜେମା ଦେଇ । ବୟସ ପ୍ରାୟ ୮୨ ଛୁଇଁଲାଣି । ବର୍ଷ। ଋତୁରେ ଧାନ ବିଲ ଓ ନଦୀ ନାଳ ହୁଡାରେ ହେଉଥିବା କାଇଁଚ ସଂଗ୍ରହ କରିବା ତାଙ୍କ କାମ ।  କାଇଁଚ ସଂଗ୍ରହ କରିବା ପରେ ଖରାରେ ଭଲ ଭାବରେ ଶୁଖାଇଥାଆନ୍ତି । ପରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଅନୁଷ୍ଠାନ ଅଥବା ବ୍ୟକ୍ତିଙ୍କୁ ଏହି କାଇଁଚ ବିକ୍ରି କରିଥାଆନ୍ତି  ଜେମା ଦେଇ । କିଲୋ ପିଛା ତାଙ୍କୁ ମିଳିଥାଏ ୫୦ ରୁ ୬୦ ଟଙ୍କା । ରାସ୍ତା କଡ଼ରେ ଥିବା ତାଙ୍କର ଏଇ  ଚାଳି ଘର ଭିତରେ ସେ ସାଇତି ରଖିଛନ୍ତି  ଭଳିକି ଭଳି କାଇଁଚ ।

{"id":150019}

କାଇଁଚ ଶିଳ୍ପୀମାନଙ୍କ ପାଇଁ ଗୋଟେ ବଡ ଖବର। ତେବେ କେବଳ ଜେମା ଦେଇ ନୁହନ୍ତି ଅନେକ ଶିକ୍ଷିତ ଯୁବତୀ ଓ ମହିଳାଙ୍କୁ ମଧ୍ୟ ଜୀବିକା ଦେଇଛି କାଇଁଚ। କାଇଁଚ ସଂଗ୍ରହ ପରେ ଏଇଥିରୁ ମହିଳାମାନେ ବିଭିନ୍ନ ଘରକରଣା ତଥା ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରିଥାଆନ୍ତି । କାଇଁଚରେ ପ୍ରସ୍ତୁତ ପାଚିଆ, ଡାଲା, ଫୁଲଦାନୀ, ବାସ୍କେଟ, ଟେବୁଲ ଲ୍ୟାମ୍ପ୍, ବିଭିନ୍ନ ପଶୁ ପକ୍ଷୀ ଓ ଫୁଲର ପ୍ରତିକୃତି, ରାକ୍ଷୀ, ଗ୍ରିଟିଙ୍ଗ କାର୍ଡ ଆଦିର ଆଦର କହିଲେ ନସରେ । ଏହାକୁ ବିଭିନ୍ନ ପ୍ରଦର୍ଶନୀ ଓ ମେଳାରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର ବି କରୁଛନ୍ତି । । 

{"id":150020}

କେନ୍ଦ୍ରାପଡାର କାଇଁଚ କାରିଗରୀକୁ ନେଇ ଏବେ ଦେଶ ବିଦେଶରେ ଚର୍ଚ୍ଚା । କାଇଁଚରେ ପ୍ରସ୍ତୁତ ଭଳିକି ଭଳି ସାମଗ୍ରୀ ଏବେ ଫ୍ଲିପ୍ କାର୍ଟ ଓ ଆମାଜନ ପରି ସପିଙ୍ଗ୍ ସାଇଟ୍ ରେ  ଉପଲବ୍ଧ  ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.