କୋଭିଡ୍‌ ହସ୍ପିଟାଲରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ : ଜିଅନ୍ତା ଜଳିଗଲେ ୮୨ କରୋନା ରୋଗୀ, ଶତାଧିକ ଗୁରୁତର

Published By : Prameya-News7 Bureau | April 25, 2021 IST

ବାଗ୍‌ଦାଦ୍‌ ୨୫/୦୪ : ବାଗ୍‌ଦାଦ୍‌ର ଏକ କୋଭିଡ୍‌ ହସ୍ପିଟାଲରେ ଭୟଙ୍କର ବିସ୍ଫୋରଣ । ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଫଳରେ ୮୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଏହା ସହିତ ୧୧୦ ଜଣ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ସ୍ଥିତି ଏତେ ଭୟଙ୍କର ଥିଲା ଯେ, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଇଛି ।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଦୁଃଖଦାୟକ ଘଟଣା । ଇରାନ୍‌ର ବାଗ୍‌ଦାଦ୍‌ରେ ଥିବା Ibn ଅଲ୍‌-ଖାତିବ୍‌ ହସ୍ପିଟାଲରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅକ୍ସିଜେନ୍‌ ବିସ୍ଫୋରଣ ଘଟିଥିଲା ଏବଂ ପରେ ନିଆଁ ଲାଗିଯାଇଥିବା ଇରାକ୍‌ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

wp:embed {"url":"https://twitter.com/thestevennabil/status/1386082639396757509","type":"rich","providerNameSlug":"twitter","responsive":true,"className":""}
https://twitter.com/thestevennabil/status/1386082639396757509
/wp:embed

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିପଡିଥିଲେ । କିନ୍ତୁ ନିଆଁର ଭୟାବହତା ଏତେ ଥିଲା ଯେ ରୋଗୀମାନଙ୍କୁ ବାହାରକୁ ଆଣିବା ଅସମ୍ଭବ ହୋଇପଡିଥିଲା । ଫଳରେ ୮୨ ଜଣ କରୋନା ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ଏବଂ ବହୁ କଷ୍ଟରେ ୧୧୨ ଜଣଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଦେହଗୁଡିକ ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଚିହ୍ନିବା ମଧ୍ୟ ମୁସ୍କିଲ ହୋଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.