Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ପ୍ରଥମଦିନ ହିଁ ବିମାନବନ୍ଦରରୁ ୮୨ ବିମାନ ରଦ୍ଦ : ହଇରାଣ ହରକତ ହେଲେ ଯାତ୍ରୀ

25/05/2020 at 1:14 PM

ନୂଆଦିଲ୍ଲୀ ୨୫/୦୫ : କରୋନା ସଂକ୍ରମଣ ଓ ଲକଦଉନ ଯୋଗୁଁ ଦେଶରେ ଦୁଇ ମାସ ହେଲା ବିମାନ ସେବା ବନ୍ଦ ରହିଛି | ମେ ୨୫ ତାରିଖ, ସୋମବାର ଠାରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି | କିନ୍ତୁ ଦିଲ୍ଲୀ, ମୁମ୍ବାଇ ଏବଂ ଅନ୍ୟ ବିମାନବନ୍ଦରରୁ ୮୨ ବିମାନ କ୍ୟାନସଲ କରାଯାଇଛି | ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଯାତ୍ରୀ ଅଭିଯୋଗ କରିଛନ୍ତି ବିମାନ ଉଡାଣ ରଦ୍ଦ କରିଦିଆଯାଇଛି କିନ୍ତୁ ଏୟାରଲାଇନ୍ସ ତରଫରୁ ସେମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ |

ନ୍ୟୁଜ ଏଜେନ୍ସି ANI ଅନୁଯାୟୀ, ଦିଲ୍ଲୀରୁ ପୋର୍ଟ ବ୍ଲେୟାର, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ଇନ୍ଦୋରକୁ ଯିବାକୁ ଥିବା ସକାଳ ବିମାନ କ୍ୟାନସଲ ହୋଇଯାଇଛି | ମୁମ୍ବାଇରେ ମଧ୍ୟ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି | ଗୁଆହାଟୀ ବିମାନ ମଧ୍ୟ କ୍ୟାନସଲ କରାଯାଇଛି | ଫଳରେ ଯାତ୍ରୀ ହଇରାଣ ହୋଇଛନ୍ତି | ବିମାନ କ୍ୟାନସଲ ହେବା ଫଳରେ ଯାତ୍ରୀ ରାଗି ଯାଇଛନ୍ତି | ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ଶେଷ ମୁହୂର୍ତ୍ତ ଯାଏଁ ବିମାନ କ୍ୟାନସଲ ହୋଇଥିବା ନେଇ ତାଙ୍କୁ ସୂଚନା ଦିଆଯାଇନଥିଲା |

ନାଗର ଉଡ୍ଡୟନ ମନ୍ତ୍ରାଳୟ ଯାତ୍ରୀ ଓ ଏୟାରଲାଇନ୍ସ ପାଇଁ ଗାଇଡଲାଇନ୍ସ ଜାରି କରିଥିଲେ | ଯାହାଫଳରେ ଯାତ୍ରୀ ସୁରକ୍ଷିତ ଯାତ୍ରା କରିପାରିବେ | କିନ୍ତୁ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ କେନ୍ଦ୍ର ସରକାରଙ୍କ ଘରୋଇ ବିମାନ ସେବା ଆରମ୍ଭ କରିବା ନିଷ୍ପତ୍ତିକୁ ଆପତ୍ତି କରିଛନ୍ତି | କର୍ଣ୍ଣାଟକ କେରଳ, ତାମିଲନାଡୁ, ବିହାର, ପଞ୍ଜାବ, ଆସାମ, ଆନ୍ଧ୍ର ପ୍ରଦେଶ, ଗୋଆ ଓ ଜାମ୍ମୁ କାଶ୍ମୀର ସେମାନଙ୍କ ବିମାନବନ୍ଦରରେ ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଆଇସୋଲେସନ ନିୟମ ଲାଗୁ କରିଛନ୍ତି | କିଛି ରାଜ୍ୟ ଯାତ୍ରୀଙ୍କୁ କ୍ଵାରେଣ୍ଟାଇନରେ ରହିବ ଅନିବାର୍ଯ୍ୟ କରିଥିବାବେଳେ ଆଉ କିଛି ରାଜ୍ୟ ଯାତ୍ରୀଙ୍କୁ ହୋମ କ୍ଵାରେଣ୍ଟାଇନ ଏବଂ କ୍ଵାରେଣ୍ଟାଇନ କେନ୍ଦ୍ରରେ ରଖିବାକୁ କହିଛନ୍ତି |


ନାଗର ଉଡ୍ଡୟନ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଅନୁଯାୟୀ, ପଶ୍ଚିମବଙ୍ଗରେ ମେ ୨୮ ତାରିଖରୁ ବିମାନ ସେବା ଆରମ୍ଭ ହେବ | ଆନ୍ଧ୍ର ପ୍ରଦେଶରେ ୨୫ ତାରିଖ ପରିବର୍ତ୍ତେ ୨୬ ତାରିଖରୁ ବିମାନ ଉଡାଣ ଆରମ୍ଭ ହେବ |

   Related Posts