Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

‘ଦେଶର ଥିବା ବିଭିନ୍ନ ବନ୍ଦରର ଉନ୍ନତି ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର’- ପ୍ରଧାନମନ୍ତ୍ରୀ

2/03/2021 at 4:14 PM

ନୂଆଦିଲ୍ଲୀ,୦୨/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାରିଟାଇମ୍ ଇଣ୍ଡିଆ ସମିଟ୍-୨୦୨୧କୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସାମୁଦ୍ରିକ ଅର୍ଥ୍ୟବ୍ୟବସ୍ଥାର ବିକାଶକୁ ଆଗକୁ ବଢାଇବା ଉପରେ ଆଲୋକପାତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ଦେଶ ଯୋଗ ଦେଇଥିଲେ । ୫୦ ଦେଶର ୧ ଲକ୍ଷରୁ ଅଧିକ ପ୍ରତିନିଧି ଏମଆଇଏସ-୨୦୨୧ରେ ଅନଲାଇନ୍ ଯୋଗେ ଭାଗ ନେଇଥିଲେ । ଏହା ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସାମୁଦ୍ରିକ ନୌବୈାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ସୁଦ୍ଧା ବିଭିନ୍ନ ପ୍ରକଳ୍ପରେ ୮୨ ଆରବ ବା ୮୨ ୦ କୋଟି ଡଲାର ଖର୍ଚ୍ଚ ହେବ । ସାଗରମାଳା ପରିଯୋଜନାରେ ୫୭୪ରୁ ଅଧିକ ପ୍ରକଳ୍ଲ ଉପରେ କାମ ହେବ । ଏଥିପାଇଁ ୮୨ ଆରବ ଡଲାର ଖର୍ଚ୍ଚ କରାଯିବ । ୨୦୩୫ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ । ଭାରତର ବନ୍ଦର ସମୂହରେ ଜାହାଜ ଚଳାଚଳ, ପରିବହନ ଆଦି ସମ୍ଭବ ହୋଇପାରୁଛି ।

ସେ ଆହୁରି କହିଛନ୍ତି ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ଜଳମାର୍ଗ ପରିଚାଳନା ଉପରେ କାମ କରାଯିବ । ମୋଟ ୧୮୯ଟି ବନ୍ଦକୁ ବିକଶିତ କରାଯିବ । ଏହାମଧ୍ୟରୁ ୭୮ଟି ବନ୍ଦରର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପ ଉପରେ ଜୋର୍ ଦିଆଯିବ । ୨୦୧୪ରେ ପ୍ରମୁଖ ବନ୍ଦରର କ୍ଷମତା ୮୭୦ ମିଲିୟନ ଟନ୍ ଥିଲା । ଯାହାକୁ ବୃଦ୍ଧି କରାଯାଇ ୧୫୫୦ ମିଲିୟନ ଟନ୍ କରାଯାଇଛି । ଏହାର ଲାଭ ବ୍ୟବସାୟଙ୍କଠାରୁ ଆରମ୍ଭ କରି ଦେଶର ଅର୍ଥବ୍ୟବସ୍ଥାକୁ ମିଳୁଛି । ଏହାସହ ବନ୍ଦର ଥିବା ଅଞ୍ଚଳରେ ସ୍ମାର୍ଟ ସିଟି ଓ ଔଦଗ୍ୟିକ ପାର୍କ ଆଦି ନିର୍ମାଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

   Related Posts