୮୦ ବର୍ଷୀୟା ବୃଦ୍ଧାଙ୍କୁ ଘରୁ ତଡିଦେଲେ ୩ ପୁଅ, ୧୨ ଦିନ ହେଲା ଶୀତ କାକରରେ ପଡିରହିଛନ୍ତି ତୁଣ୍ଡପଡ଼ା ଗାଁର ମାଗୁଣି ନାଥ

Published By : Prameya-News7 Bureau | November 18, 2019 IST

wp:group

ସୋର ୧୮।୧୧ : ଯେଉଁ ମା' କୋଳରେ ଖାଇ ବସି ପିଲା ବଡ଼ ହୋଇଥାଏ, ବଡ଼ ହୋଇଗଲେ ସେହି ମା' ଅଲୋଡ଼ା ହୋଇଯାଏ । ଆଉ ଏମିତି ବି ହୁଏ ମା'କୁ ଘରୁ ତଡ଼ି ଦେଇଥାଏ ପୁଅ । ନିଜ ସ୍ବାର୍ଥ ପାଇଁ ସେ ଏମିତି ଅନ୍ଧ ହୋଇଯାଇଥାଏ ଯେ ମା'ର ଦୁଃଖ ତା ପାଇଁ ହୋଇଯାଏ ତୁଚ୍ଛ । ଏମିତି ଜଣେ ୮୦ ବର୍ଷୀୟା ଅସହାୟ ମା' ଏବେ ଡାକ୍ତରଖାନା ବାରଣ୍ଡାରେ ଦିନ କାଟୁଛନ୍ତି

{"id":185947,"sizeSlug":"large"}

ବାଲେଶ୍ବର ସୋର ବ୍ଲକ୍ ତୁଣ୍ଡପଡ଼ା ଗାଁର ୮୦ ବର୍ଷୀୟା ବୃଦ୍ଧା ମାଗୁଣି ନାଥ ।ତିନି ପୁଅ ।ପିଲାଙ୍କ ପାଇଁ ଠାକୁର ଠାକୁରାଣୀଙ୍କ ପାଖରେ କେତେ ମୁଣ୍ଡିଆ ମାରିନଥିବ ଯେ ଏ ମା', ହେଲେ ଏବେ ଆହା ଟିକେ କହିବାକୁ କେହି ନାହିଁ ।ସ୍ବାମୀ ଭରତନାଥ ଆରପାରିକୁ ଚାଲିଯିବା ପରେ ଆରମ୍ଭ ହୋଇଯାଇଥିଲା ପୁଅ ବୋହୁଙ୍କ ଅତ୍ୟାଚାର । ହୃଦୟର କୋହକୁ ମନରେ ମାରି କଟକ ଚାଲିଯାଇ ଭିକ ମାଗି କିଛିଦିନ ଚଳିଯାଇଥିଲେ,ଏତିକିରେ ସରିନଥିଲା ଜନ୍ମକଲା ପୁଅ ବୋହୁଙ୍କର ଅତ୍ୟାଚାର । ବୃଦ୍ଧାଙ୍କୁ ବୁଝାଇ ସୁଝାଇ ପୁଣି ଘରକୁ ନେଇ ଆସିଥିଲେ, ହେଲେ ପାଖରେ ଥିବା ୧୫ ହଜାର ଟଙ୍କା ନେଇଯାଇ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ । କୌଣସି ଉପାୟ ନପାଇ ଏବେ ସୋର ମେଡିକାଲରେ ଥିବା ଏକ ଗଛ ମୂଳରେ ଶୀତ କାକରରେ ୧୨ ଦିନ ହେଲା ମାଗୁଣି ।

{"id":185948,"sizeSlug":"large"}

ଅସହାୟ ଅବସ୍ଥାରେ ପଡ଼ିଥିବା ବୃଦ୍ଧା ମାଗୁଣିଙ୍କ ଏବେ ଦରକାର ଗଣ୍ଡେ ଖାଇବାକୁ ଏବଂ ଟିକେ ଆଶ୍ରୟ । ହେଲେ ଏମିତି ଅବସ୍ଥାରେ ମା'କୁ ଛାଡ଼ିଦେଇ ତାଙ୍କର ତିନି ପୁଅ ଯେଉଁ କଳଙ୍କ ସୃଷ୍ଟି କରିଛନ୍ତି ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡ଼ିବ ବୋଲି ।

/wp:group

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.