କଟକ ଜବାହରଲାଲ ଇନଡୋର ଷ୍ଟାଡିୟମ୍‌ରେ ଆରମ୍ଭ ହେଲା ୮୦ତମ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ : ପ୍ରତି ବ୍ଲକ୍‌ରେ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲାଯିବ

Published By : Prameya-News7 Bureau | January 04, 2019 IST

କଟକ ୪|୧: ରେକର୍ଡ ସଂଖ୍ୟକ ପ୍ରତିଯୋଗୀଙ୍କୁ ନେଇ କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ଜାତୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ । ଏସିଆନ୍ ଗେମ୍ସ ଓ କମନଓ୍ୱେଲ୍ଥ ଗେମ୍‌ସ ରେ ପଦକ ବିଜେତି ଖେଳାଳୀ ମାନେ ଏହି ଚାମ୍ପିଅନସିପ୍ ରେ ଅଂଶଗ୍ରହଣ କରିଛନ୍ତି । ତେଣୁ ପ୍ରତିଯୋଗିତା ବେଶ୍ ଟଫ୍ ହେବ ବୋଲି ଆଶା କରାଯାଉଛି । ସେପଟେ ଟେବୁଲ ଟେନିସ୍ ପାଇଁ ରାଜ୍ୟରେ ହାଇ ପରଫରମାନ୍ସ ଏକାଡେମୀ ଖୋଲିବା ପାଇଁ ଜାତୀୟ ଟେବୁଲ ଟେନିସ୍ ଆସୋସିଏସନ୍ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି କ୍ରୀଡା ମନ୍ତ୍ରୀ । ଅନ୍ୟପଟେ ବ୍ଲକ୍ ସ୍ତରରେ ଟେବୁଲ୍ ଟେନିସ୍ କୁ ପହଞ୍ଚାଇବା ପାଇଁ ପ୍ରତି ବ୍ଲକ୍ ରେ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲାଯିବାର ଯୋଜନା ରହିଛି ବୋଲି କହିଛନ୍ତି ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍ ସଭାପତି ।

କଟକ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ ରେ ଆରମ୍ଭ ହେଲା ୮୦ ତମ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ । କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଚାମ୍ପିୟନସିପକୁ ଉଦଘାଟନ କରିଛନ୍ତି । ଏଥିରେ ସର୍ବାଧିକ ୬ ଶହ ୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି କମନୱେଲ୍ଥ ସ୍ବର୍ଣ୍ଣ ପଦକ ବିଜେତା ମନିକା ବାତ୍ରା ଓ ଏସିଆନ୍ ପଦକ ବିଜେତା ସରଥ୍ କମଲ୍ । ରାଜ୍ୟରେ ହାଇ ପରଫରମାନ୍ସ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲିବା ପାଇଁ ଜାତୀୟ ଟେବୁଲ ଟେନିସ୍ ଆସୋସିଏସନ୍ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି ।

{"id":70432}

ରାଜ୍ୟ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରି ସଫଳତା ହାସଲ କରିଛି । ଏବେ ଜାତୀୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ଏହି ଇତିହାସରେ ନୂଆ ଫର୍ଦ୍ଦ ଯୋଡିବାକୁ ଯାଉଛି । ଟେବୁଲ ଟେନିସ୍ କୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରାଥମିକ ପର୍ଯାୟରେ ପ୍ରତି ବ୍ଲକ୍ ରେ ଟେବୁଲ୍ ଟେନିସ୍ ସେଣ୍ଟର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଟେବୁଲ ଟେନିସ ଆସୋସିଏସନ୍ ସଭାପତି କହିଛନ୍ତି । ସେପଟେ କଟକ ଇଣ୍ଡୋର ଷ୍ଟାଡିୟମ୍  ବାତାବରଣ ଉତ୍ସାହଜନକ ବୋଲି କହିଛନ୍ତି ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଖେଳାଳୀ ସରଥ୍ କମଲ୍ ।

କଟକରେ ଆୟୋଜିତ ହୋଉଥିବା ଏହି ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ରେ ଜାତୀୟ ଚୟନକର୍ତ୍ତା ମାନେ ରହିବେ । ଆସନ୍ତା ଟୋକିଓ ଅଲିମ୍ପିକ୍ ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ଏହି ଚାମ୍ପିଅନସିପ୍ ରୁ ଖେଳାଳୀ ଚୟନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.