ରାଜ୍ୟବାହାରକୁ ଚୋରାଚାଲାଣ ବେଳେ କାର ସହ ଗଞ୍ଜେଇ ଜବତ , ୨ଜଣ ଅଟକ
18/12/2019 at 7:53 AM

ଲମତାପୁଟ ୧୮।୧୨: କୋରାପୁଟ ଜିଲ୍ଲା ଲମତାପୁଟ ନିକଟ କଡ୍ରି ଗାଁ ନିକଟରୁ ୮୦କେଜି ଗଞ୍ଜେଇ ସହ ଏକ ମହିନ୍ଦ୍ରା କରା ଜବତ କରିଛି ପୋଲିସ । ଗଞ୍ଜେଇ ଓ କାର ସହ ୨ଜଣଙ୍କୁ ମଧ୍ୟ ଅଟକ କରିଛି ପୋଲିସ । ରାତିରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ବିଳମ୍ବିତ ରାତିରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ କଡ୍ରି ଗାଁ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ମହିନ୍ଦ୍ରା କାରକୁ ଅଟକାଇଥିଲେ । କାର୍ ଚେକ୍ କରିବା ସମୟରେ ୮୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗରିଫ କରିଛି ପୋଲିସ ।

ପୋଲିସ ଗାଡି ଯାଞ୍ଚ କରିବାରୁ ଦୁଇ ଅଭିଯୁକ୍ତ ଗାଡିରେ କିଛି ନାହିଁ ବୋଲି କହିବା ସହ ଅଯଥା ସମୟ ନଷ୍ଟ କରି ଗାଡିକୁ କଣ ପାଇଁ ଅଟକାଇ ଥିବା କହିଥିଲେ । କିନ୍ତୁ ଗାଡିରେ ଅନ୍ୟ ନମ୍ବର ପ୍ଳେଟ ଦେଖି ସନ୍ଦେହ କରି ଗାଡିକୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ ।

ଗାଡିରେ ଅଭିନବ ଉପାୟରେ ଗଞ୍ଜେଇ ରଖାଯାଇଥିଲା ଜାଣିବାକୁ ପାଇଥିଲା ପୋଲିସ । ଗାଡିର ଡୋର ଇଣ୍ଡିକେଟର ଲାଇଟ ଏବଂ ଗାଡିର ପଛପଟ ବମ୍ଫର ଗୁଡିକରେ ଗଞ୍ଜେଇ ଲୁଚେଇ ରଖାଯାଇଥିଲା । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ଜଗଦଲପୁରକୁ ଚୋରା ଚାଲାଣ କରାଯାଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବା ବୋଲି ସନ୍ଦେହ କରୁଛି ପୋଲିସ ।