ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
30/11/2020 at 8:23 PM

ଭୁବନେଶ୍ଵର ୩୦।୧୧: ରାଜ୍ୟରେ କ୍ରମାଗତ କମିବାରେ ଲାଗିଛି କରୋନା ପ୍ରଭାବ। ଦୀର୍ଘ ଦିନ ପରେ ଗତ ଦୁଇ ଦିନ ହେବ ମୃତ୍ୟୁ ସଂଖ୍ୟାରେ ଲାଗିଛି, ଯାହା ଲୋକଙ୍କୁ ଆଶ୍ଵସ୍ତି କରିଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୫୦୦ ତଳକୁ ଖସିଛି। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଦୁଇ ଗୁଣ ୮୦୯ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୨,୦୬୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଟ୍ଵିଟ୍ ଯୋଗେ ସୋମବାର ଏହାର ସୂଚନା ଦିଆଯାଇଛି।
Another 809 Covid patients have recovered and are being discharged on 30.11.2020
— H & FW Dept Odisha (@HFWOdisha) November 30, 2020
82 from Sundargarh
81 from Khordha
61 from Baleswar
53 from Mayurbhanj
51 from Keonjhar
51 from Nuapada
47 from Cuttack
44 from Jagatsinghpur
40 from Sambalpur
38 from Kendrapara
34 from Anugul
ଆଜି ସୁନ୍ଦରଗଡରୁ ସର୍ବାଧିକ ୮୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୮୧ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସେହି ପରି ବାଲେଶ୍ଵରରୁ ୬୧, ମୟୂରଭଞ୍ଜରୁ ୫୩, କେନ୍ଦୁଝରରୁ ୫୧, ନୂଆପଡାରୁ ୫୧, କଟକରୁ ୪୭, ଜଗତସିଂହପୁରରୁ ୪୪, ସମ୍ବଲପୁରରୁ ୪୦, କେନ୍ଦ୍ରାପଡାରୁ ୩୮, ଅନୁଗୁଳରୁ ୩୪, ବରଗଡରୁ ୩୦, ବଲାଙ୍ଗୀରରୁ ୨୭, ଝାରସୁଗୁଡାରୁ ୨୧, ପୁରୀରୁ ୨୦, ଯାଜପୁରରୁ ୧୭, କଳାହାଣ୍ଡିରୁ ୧୩, ଢେଙ୍କାନାଳରୁ ୧୨, ନବରଙ୍ଗପୁରରୁ ୯, ନୟାଗଡରୁ ୯, ରାୟଗଡାରୁ ୯, ମାଲକାନଗିରିରୁ ୮, ଭଦ୍ରକରୁ ୭, ଗଞ୍ଜାମରୁ ୬, ବୌଦ୍ଧରୁ ୫, କନ୍ଧମାଳରୁ ୫, କୋରାପୁଟରୁ ୫, ଦେବଗଡରୁ ୪, ଗଜପତିରୁ ୩ ଓ ସୋନପୁରରୁ ଜଣେ କୋଭିଡ୍-୧୯ରୁ ଆରୋଗ୍ୟଲାଭ କରିଛନ୍ତି।
3 from Gajapati
— H & FW Dept Odisha (@HFWOdisha) November 30, 2020
1 from Sonepur
16 from State Pool
The total recovered cases of Odisha now stand at 312065
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୮୭୨୫କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୭୩୯ରେ ପହଞ୍ଚିଛି।