Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ଶୁକ୍ରବାରରେ ଶୁଭ-ଅଶୁଭର ରେକର୍ଡ: ୨୪ ଘଣ୍ଟାରେ ସର୍ବାଧିକ ୧୫୯୪ କୋଭିଡ୍ ସଂକ୍ରମିତ, ସୁସ୍ଥ ହେଲେ ୮୦୮

24/07/2020 at 6:36 PM

ଭୁବନେଶ୍ଵର ୨୪।୦୭: ରାଜ୍ୟରେ ବେକାବୁ ହେବାରେ ଲାଗିଛି କରୋନା ପ୍ରକୋପ। ଦିନକୁ ଦିନ ଛତୁ ଫୁଟିବା ପରି ନୂତନ ସଂକ୍ରମଣ ଚିହ୍ନଟ ହେବାରେ ଲାଗିଛି। ଫଳରେ ସରକାରଙ୍କଠୁ ନେଇ ଜନତା ସମସ୍ତେ ଆଶଙ୍କିତ। ରାଜ୍ୟରେ ଏବେ ଦୈନିକ ହଜାରେରୁ ଉର୍ଦ୍ଧ୍ଵ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ରେକର୍ଡ ସଂଖ୍ୟକ ସଂକ୍ରମିତ ହୋଇଥିବା ବେଳେ ଆଶ୍ଵସ୍ତିକର କଥା ଆଜି ରେକର୍ଡ ସଂଖ୍ୟାରେ ମଧ୍ୟ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରେକର୍ଡ ୮୦୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ଗୋଟିଏ ଦିନରେ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୫ ହଜାର ଟପି ୧୫୨୦୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଆଜି ରାଜ୍ୟରୁ ସର୍ବାଧିକ ରେକର୍ଡ ୮୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିରୁ ସର୍ବାଧିକ ୫୩୦ ରୋଗୀ ଗଞ୍ଜାମର। ସେହି ପରି ରାୟଗଡାରୁ ୬୧, କଟକରୁ ୩୫, ମାଲକାନଗିରିରୁ ୩୦, ଗଜପତିରୁ ୨୨, ବାଲେଶ୍ଵରରୁ ୧୯, ଖୋର୍ଦ୍ଧାରୁ ୧୯, ବରଗଡରୁ ୧୮ ରୋଗୀ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

ସେହି ପରି ବୌଦ୍ଧରୁ ୮, ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୭ ଲେଖାଏଁ, ସମ୍ଵଲପୁରରୁ ୫, ନରବଙ୍ଗପୁରରୁ ୪, ସୁନ୍ଦରଗଡରୁ ୩ ଜଣ, ଅନୁଗୁଳ, ଯାଜପୁର ଓ ପୁରୀରୁ ଦୁଇ ଜଣ ଲେଖାଏଁ ଓ କୋରାପୁଟ ଏବଂ ନୟାଗଡରୁ ଜଣେ ଲେଖାଏଁ ରୋଗୀ ଆରୋଗ୍ୟଲାଭ କରିଛନ୍ତି। ଏସବୁ ମିଶାଇ ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ୮୦୮ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ୧୫୯୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୮୦୮ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୧୫୨୦୦କୁ ବୃଦ୍ଧି ଘଟିଛି।  ସେହି ଭଳି ଆଜି ଏହି ମହାମାରୀରେ ଆଉ ୬ ଜଣଙ୍କ ପ୍ରାଣହାନୀ ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ଘଟିଛି।

   Related Posts