Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଆଶ୍ଵସ୍ତିକର ଖବର: ଗୁରୁବାର ରାଜ୍ୟରେ କରୋନାରୁ ଆରୋଗ୍ୟ ହେଲେ ୮୦୭, ସୁସ୍ଥ ସଂଖ୍ୟା ୨୦ ହଜାର ନିକଟତର

30/07/2020 at 7:18 PM

ଭୁବନେଶ୍ଵର ୩୦।୦୭: ରାଜ୍ୟରେ ବନ୍ଧବାଡ ମାନୁନାହିଁ କରୋନା ସଂକ୍ରମଣ। ରାଜ୍ୟରେ ବର୍ତ୍ତମାନ ବିନା ବ୍ରେକରେ ମାଡି ଚାଲିଛି କରୋନା ସଂକ୍ରମଣ। କିନ୍ତୁ ଆଶ୍ଵସ୍ତିକର ବିଷୟ ଆକ୍ରାନ୍ତଙ୍କ ସହ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କ୍ରମାଗତ ଦ୍ଵିତୀୟ ଦିନ ରାଜ୍ୟରେ ୮୦୦ରୁ ଉର୍ଦ୍ଧ୍ଵ ରୋଗୀ କରୋନାକୁ ମାତ୍ ଦେଇଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୭ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୯୭୪୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍‌ ଜରିଆରେ  ବୁଧବାର ଏହାର ସୂଚନା ଦିଆଯାଇଛି।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ ଗଞ୍ଜାମରୁ ସର୍ବାଧିକ ୪୩୧  ସଂକ୍ରମିତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ସେହି ପରି କଟକରୁ ୬୨, ରାୟଗଡାରୁ ୪୭, ଗଜପତିରୁ ୩୪, କେନ୍ଦୁଝରରୁ ୨୯, ସୁନ୍ଦରଗଡରୁ ୨୪, ନୟାଗଡରୁ ୨୩, ଯାଜପୁରରୁ ୨୧, କନ୍ଧମାଳରୁ ୧୯ ଓ ବାଲେଶ୍ଵରରୁ ୧୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ଲାଭ କରିଛନ୍ତି।

ସେହି ଭଳି କେନ୍ଦ୍ରାପଡାରୁ ୧୪, ମୟୂରଭଞ୍ଜରୁ ୧୪, ଭଦ୍ରକରୁ ୧୩, ଖୋର୍ଦ୍ଧାରୁ ୧୨, ବରଗଡରୁ ୧୧, ମାଲକାନଗିରିରୁ ୧୦, ବଲାଙ୍ଗିର ଓ ସମ୍ବଲପୁରରୁ ୭  ଲେଖାଏଁ , ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୪, ଅନୁଗୁଳରୁ ୩, କୋରାପୁଟ ଓ ପୁରୀରୁ ଜଣେ ଲେଖାଏଁ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମିଶାଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୩ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା ୮୦୭ ଜଣଙ୍କୁ ମିଶାଇ ରାଜ୍ୟରେ ଅଦ୍ୟାବଧି ଆରୋଗ୍ୟଙ୍କ ସଂଖ୍ୟା ୧୯୭୪୫କୁ ବୃଦ୍ଧି ଘଟିଛି।  ସେହି ଭଳି ଆଜି ଏହି ମହାମାରୀରେ ଆଉ ୧୦ଜଣଙ୍କ ମୃତ୍ୟୁ  ଘଟିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୯କୁ ବୃଦ୍ଧି ଘଟିଛି।  

   Related Posts