Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖିଲେ ୮୦୦୦ ଶିକ୍ଷକ, ରଖିଲେ ଏହି ଦାବି…

20/06/2020 at 5:05 PM

ନୂଆଦିଲ୍ଲୀ ୨୦।୦୬: ଉତ୍ତର ଦିଲ୍ଲୀ ନଗର ନିଗମରେ କାର୍ଯ୍ୟରତ ପ୍ରାୟ ୮୦୦୦ ଶିକ୍ଷକଙ୍କୁ ଗତ ତିନି ମାସ ହେବ ଦରମା ମିଳିନାହିଁ। ଏହାକୁ ନେଇ ଶିକ୍ଷକମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ପତ୍ର ଲେଖିଛନ୍ତି। ପୂର୍ବରୁ ମଧ୍ୟ ସେମାନେ କୋର୍ଟରେ ଅପିଲ୍ କରି ସାରିଛନ୍ତି।

ନଗର ନିଗମ ଶିକ୍ଷକ ସଂଘର ମହାସଚିବ ରାମନିବାସ ସୋଲାଙ୍କି କହିଛନ୍ତି, ଆଜି ଆମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ପତ୍ର ଲେଖି ସାହାଯ୍ୟ ଲାଗି ଦାବି କରିଛୁ। ପତ୍ରରେ ଶିକ୍ଷକମାନେ ଅବଗତ କରାଇଛନ୍ତି ଯେ, କରୋନା ସମୟରେ ସେମାନେ ୧୨ ଘଣ୍ଟା କାମ କରିଛନ୍ତି। ଏହି ସମୟରେ କେବଳ ଗରିବଙ୍କୁ ରାସନ ବିତରଣ ନୁହେଁ ବରଂ ଆମେ ପ୍ରବାସୀ ଶ୍ରମିକ ଏବଂ ଉପଚାର କେନ୍ଦ୍ରରେ ମଧ୍ୟ ସାହାଯ୍ୟ କରିଛୁ।

ସୋଲାଙ୍କି କହିଛନ୍ତି, ମହାମାରୀ ଲଢେଇରେ ଆମେ ମଧ୍ୟ ସବୁଠୁ ଆଗରେ ରହିଛୁ। ସୁପ୍ରିମକୋର୍ଟ ଡାକ୍ତର ଏବଂ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ବେତନ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଶିକ୍ଷକଙ୍କୁ ଏହି କ୍ଷେତ୍ରରେ ଅଣଦେଖା କରାଯାଇଛି। ଶିକ୍ଷକ ମଧ୍ୟ ଆଗୁଆ ଧାଡିର ଯୋଦ୍ଧା ଭଳି କାମ କରିଛନ୍ତି ବୋଲି ସେ କହିଛନ୍ତି।

ପତ୍ରରେ କୁହାଯାଇଛି ଯେ, ଶିକ୍ଷକଙ୍କୁ ମାର୍ଚ୍ଚ, ଏପ୍ରିଲ ଓ ମେ ମାସର ବେତନ ମିଳିନାହିଁ। ଉପରେ ଜୁନ୍ ମାସ ଶେଷ ହେବାକୁ ବସିଛି। ଗତ ଚାରି ବର୍ଷରେ ସପ୍ତମ ବେତନ ଆୟୋଗର ଏରିୟର ମଧ୍ୟ ଆମକୁ ମିଳିନାହିଁ। ବକେୟା ରାଶିର ବିଲ୍ ଗତ ୧୦ ବର୍ଷ ହେବ କରାଯାଇ ନାହିଁ।

ବେତନ ନମିଳିବା କାରଣରୁ ଶିକ୍ଷକ ବହୁତ ନିରାଶରେ ଅଛନ୍ତି। ଅନ୍ୟପଟେ ଜୁନ ୧୫ରେ କ୍ୟାଟ୍ ଆଦେଶ ଦେଇଥିଲେ ଯେ, ଉତ୍ତର ନିଗମର ସମସ୍ତ ଶିକ୍ଷକ ଏବଂ ପେନସନଧାରୀଙ୍କୁ ୧୫ ଦିନ ଭିତରେ ତିନି ମାସର ବେତନ ଏବଂ ପେନସନ ପ୍ରଦାନ କରାଯିବ। ଜୁନ ୧୮ରେ ମଧ୍ୟ ହାଇକୋର୍ଟ ଉତ୍ତର ଏମସିଡିକୁ ଗୋଟିଏ ସପ୍ତାହ ଭିତରେ ସମସ୍ତ ଶିକ୍ଷକଙ୍କ ବେତନ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

   Related Posts