ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

କରୋନା ପ୍ରଭାବ: ମଧ୍ୟପ୍ରଦେଶର ବିଭିନ୍ନ ଜେଲରୁ ମୁକ୍ତ ହେବେ ୮ ହଜାର କଏଦୀ, ଆରମ୍ଭ ହେଲା ପ୍ରକ୍ରିୟା

30/03/2020 at 6:01 PM

ଭୋପାଳ, ୩୦|୦୩:  ମଧ୍ୟପ୍ରଦେଶର ବିଭିନ୍ନ ଜେଲରୁ ୮ ହଜାର କଏଦୀଙ୍କୁ ମୁକ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କରୋନା ଭାଇରସର ଆତଙ୍କକୁ ଦେଖି ଏହି ପଦକ୍ଷେପ ନିଆଯାଇଥିବା ଜେଲର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ଏହି ୮ ହଜାର କଏଦୀଙ୍କ ମଧ୍ୟରୁ ୫ ହଜାର କଏଦୀଙ୍କୁ ୬୦ ଦିନ ପାଇଁ ପାରୋଲେ ପଠାଯାଇଛି । ଏହାସହ ୫ ବର୍ଷରୁ କମ ଦଣ୍ଡ କାଟୁଥିବା ୩ ହଜାର କଏଦୀଙ୍କୁ ୪୫ ଦିନିଆ ଜାମିନ ପ୍ରଦାନ କରାଯାଇଛି ।  ଏନେଇ ଜେଲ ବିଭାଗର ଡିଜି ସଞ୍ଜୟ ଚୌଧରୀ ସୂଚନା ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ଜେଲରୁ କଏଦୀଙ୍କୁ ଏପରି ଭାବେ ମୁକ୍ତ କରାଯାଉଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ନିକଟରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କଏଦୀଙ୍କ କଥା ବିଚାର କରିବା ପାଇଁ କହିଥିଲେ । ଏହାସହ ଆବଶ୍ୟକ ହେଲେ ମୁକ୍ତ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ।

ରାଜ୍ୟର ମୋଟ ୧୨୫ଟି ଜେଲରେ ୨୮୬୦୧ କଏଦୀଙ୍କ ରହିବା ବ୍ୟବସ୍ଥା ଥିବା ବେଳେ ୪୨ ହଜାର କଏଦୀ ସଜ୍ଜା କାଟୁଛନ୍ତି ।

   Related Posts