Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

୧୪ଟି ରାଜ୍ୟରେ ୮୦୦ରୁ ଅଧିକ କରୋନା ସଂକ୍ରମିତ ରୋଗୀ : ସରକାର କହିଲେ ତବଲିଗି ଜମାତ ପାଇଁ ବଢ଼ିଛି ସଂଖ୍ୟା

4/04/2020 at 10:39 AM

ନୂଆଦିଲ୍ଲୀ ୪/୪: ତବଲିଗି ଜମାତ କାରଣରୁ ଦେଶରେ କରୋନା ସଂକ୍ରମଣର ମାମଲା ବଢ଼ି ବଢ଼ି ଚାଲିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ,ଦୁଇ ଦିନରେ ୧୪ଟି ରାଜ୍ୟରେ ୮୦୦ଜଣ ଏପରି ପଜିଟିଭ ରୋଗୀ ମିଳିଛନ୍ତି ଯେଉଁମାନେ ତବଲିଗି ଜମାତ ସହ ଜଡ଼ିତ ଅଛନ୍ତି। ଗତ ୨୪ଘଣ୍ଟାରେ ୧୫ଜଣଙ୍କ ମୃତ୍ୟୁ ହୋଇଛି,ଯେଉଁମାନଙ୍କ ମଧ୍ୟରୁ ଅନେକ ଜଣ ଜମାତ ସହ ଜଡ଼ିତ ଥିଲେ। ମନ୍ତ୍ରଣାଳୟ କହିବା ଅନୁସାରେ ଗୋଟିଏ ଭୁଲ୍ ପାଇଁ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି।

ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ୨୯୦୦ ପାର ହୋଇଯାଇଥିବାବେଳେ ମୃତ୍ୟୁ ସଂଖ୍ୟା ୬୮ ହୋଇଗଲାଣି। ଏମାନଙ୍କ ମଧ୍ୟରୁ ୨୧ଜଣ ତବଲିଗି ଜମାତ ସହ ଜଡ଼ିତ ଥିଲେ। ଦୁଇ ଦିନରେ ତବଲିଗି ଜମାତ ସହ ଜଡ଼ିତ ୬୪୭ଜଣ ରୋଗୀ ମିଳିଛନ୍ତି। ଲକଡାଉନ୍ ଏବଂ ସାମାଜିକ ଦୂରତ୍ବ ଯୋଗୁଁ ଦେଶରେ ଏତେ ରୋଗୀ ସଂକ୍ରମିତ ହେଉନଥିଲେ। କିନ୍ତୁ ଗୋଟିଏ ରାତି ମଧ୍ୟରେ ଜମାତ ସହ ଜଡ଼ିତ ୮୦୦ କରୋନା ସଂକ୍ରମିତ ହୋଇଯାଇଥିଲେ। ଏମାନଙ୍କ ମଧ୍ୟରୁ କେବଳ ତାମିଲନାଡ଼ୁରେ ୧୦୦ଜଣ ରୋଗୀ କରୋନା ପଜିଟିଭ ଥିବା ଜଣାପଡ଼ିଛି। ସେଠାରେ ଏବେ ମୋଟ ୪୧୧ଜଣ କରୋନା ସଂକ୍ରମିତ ରୋଗୀ ଅଛନ୍ତି ଏବଂ ୧୫୮୦ ସନ୍ଦିଗ୍ଧ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ଦିଲ୍ଲୀ ସମେତ ଆଣ୍ଡାମାନ-ନିକୋବର,ଆସାମ,ଦିଲ୍ଲୀ,ହିମାଚଳ ପ୍ରଦେଶ,ହରିୟାଣା,ଜମ୍ମୁ-କାଶ୍ମୀର,ଝାଡ଼ଖଣ୍ଡ,କର୍ଣ୍ଣାଟକ,ମହାରାଷ୍ଟ୍ର,ରାଜସ୍ଥାନ,ତାମିଲନାଡ଼ୁ,ତେଲେଙ୍ଗାନା,ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଜମାତ ସହ ଜଡ଼ିତ ସଂକ୍ରମିତ ମିଳିଛନ୍ତି।

   Related Posts