ଦିଲ୍ଲୀ ମରକଜ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଗୃହ ମନ୍ତ୍ରାଳୟ, ୮୦୦ ବିଦେଶୀ ମୌଲାନାଙ୍କୁ କରିପାରେ ବ୍ଲାକଲିଷ୍ଟ୍

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ, ୩୧|୦୩: ଦିଲ୍ଲୀର ନିଜାମୁଦ୍ଦୀନ ଅଞ୍ଚଳରେ ଥିବା ତଲ୍ଲିଗୀ-ଏ-ଜମାତର ମରକଜରେ ଆୟୋଜିତ ଧାର୍ମିକ ସମାରୋହରେ ସାମିଲ ହେବା ପରେ ଅନେକ ରାଜ୍ୟରେ କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏଠାରେ ଯୋଗ ଦେଇଥିବା ଦିଲ୍ଲୀର ୨୪ ଓ ଆନ୍ଧ୍ରପ୍ରଦେଶର ୧୧ଜଣଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ଗୃହ ମନ୍ତ୍ରାଳୟ ତଲ୍ଲିଗୀ ଜମାତକୁ ରିପୋର୍ଟ ମାଗିଛି । ସୂତ୍ରାନୁସାରେ, ଗୃହ ମନ୍ତ୍ରାଳୟ ଏହି ଜମାତ ସହ ଜଡିତ ଇଣ୍ଡୋନେସିଆର ୮୦୦ ଜଣ ମୌଲାନାଙ୍କୁ ବ୍ଲାକଲିଷ୍ଟ୍ କରିପାରେ । ଅର୍ଥାତ ସେମାନଙ୍କୁ ଆଗାମୀ ଦିନନରେ ଭାସର ଭିସା ଦେବ ନାହିଁ ।

wp:core-embed/twitter {"url":"https://twitter.com/ANI/status/1244870952103473154?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1244870952103473154\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fcoronavirus-home-ministry-to-blacklist-800-foriegn-muslims-preacher-after-tablighi-jamaat-event-in-nizamuddin-delhi-2975422.html","type":"rich","providerNameSlug":"twitter","className":""}
https://twitter.com/ANI/status/1244870952103473154?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1244870952103473154&ref_url=https%3A%2F%2Fhindi.news18.com%2Fnews%2Fnation%2Fcoronavirus-home-ministry-to-blacklist-800-foriegn-muslims-preacher-after-tablighi-jamaat-event-in-nizamuddin-delhi-2975422.html
/wp:core-embed/twitter

ଗୃହ ମନ୍ତ୍ରାଳୟର କହିବାନୁସାରେ, ମରକଜରେ ସାମିଲ ହୋଇଥିବା ଅନେକ ବିଦେଶୀ ଭିସା ମାମଲାର ଗାଇଡଲାଇନ୍ ପାଳନ କରିନାହାଁନ୍ତି । ଭିସା ନିୟମରେ ଧାର୍ମିକ ପ୍ରଚାର ପ୍ରସାର, ଧାର୍ମିକ ଘୋଷଣା ଆଦି ନଥାଏ । ତେଣୁ ସରକାର ଏହି ବିଦେଶୀଙ୍କ ଉପରେ ଧର୍ମପ୍ରଚାର ପାଇଁ ଆଜୀବନ ପ୍ରତିବନ୍ଧକ ଲଗାଇପାରନ୍ତି ।

ସରକାରୀ ସୂତ୍ରାନୁସାରେ, ଏହି ମୌଲାନା ସମୂହରେ ତେଲେଙ୍ଗାନା, ବିହାର, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ଓଡିଶାର ଅନେକ ଲୋକ ସାମିଲ ଥିଲେ । ସେଠାରୁ ଫେରିବା ପରେ ଅନେକ ମସଜିଦ ଓ ବୈଠକରେ ସେମାନେ ଯୋଗ ମଧ୍ୟ ଦେଇଥିଲେ । ଫଳରେ କରୋନା ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.