୩୫ବର୍ଷ ବୟସ୍କ ଯୁବକଙ୍କୁ ଭଲ ପାଇ ବସିଲେ ୮୦ବର୍ଷ ବୟସ୍କା ବୃଦ୍ଧା : ଶୀଘ୍ର କରିବେ ବିବାହ

Published By : Prameya-News7 Bureau | February 02, 2020 IST

‘ପ୍ରେମ ଅନ୍ଧ ହୋଇଥାଏ’। ଫିଲ୍ମରେ ଏହି ଢ଼ଗ ଆପଣ ଅନେକ ଥର ଶୁଣିଥିବେ। କିନ୍ତୁ ଏହି ଢ଼ଗକୁ ଜଣେ ପ୍ରେମୀ ଯୁଗଳ ସତ କରି ଦେଖାଇଛନ୍ତି। ଏମାନେ ବୟସ କଥା ନ ଭାବି ପରସ୍ପରକୁ ମନ ଦେଇ ବସିଛନ୍ତି। ୩୫ବର୍ଷ ବୟସ୍କ ମହମ୍ମଦ ଅହମ୍ମଦ ଏବଂ ତାଙ୍କ ୮୦ବର୍ଷ ବୟସ୍କା ଆଇରିସ୍ ଜୋନସ୍ ଏବେ ତାଙ୍କ ରିଲେସନଶିପ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି।

{"id":219162,"sizeSlug":"large"}

ଇଜିପ୍ଟର ମହମ୍ମଦ ଅହମଦ ନିକଟରେ ବ୍ରିଟିଶ୍ ସରକାରଙ୍କ ପେନସନର ଲାଭ ଉଠାଉଥିବା ୮୦ବର୍ଷ ବୟସ୍କା ମହିଳାଙ୍କ ସହ ରିଲେସନଶିପରେ ରହିବାର କଥା ସ୍ବୀକାର କରିଛନ୍ତି। କେବଳ ଏତିକି ନୁହେଁ,ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

{"id":219163,"sizeSlug":"large"}

ତାଙ୍କ ରିଲେସନଶିପ ବିଷୟରେ ଜଣା ପଡ଼ିବା ପରେ ଲୋକେ ତାଙ୍କ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ଧରଣର ପ୍ରତିକ୍ରିୟା ଦେଉଛନ୍ତି। କିନ୍ତୁ ସେମାନେ ସବୁକୁ ହେୟଜ୍ଞାନ କରି ପରସ୍ପରକୁ ଡେଟ୍ କରୁଛନ୍ତି।

{"id":219164,"sizeSlug":"large"}

ଆଇରିସ୍ ତାଙ୍କ ମାଆଙ୍କଠୁ ମଧ୍ୟ ୨୦ବର୍ଷ ବଡ଼। ମହମ୍ମଦଙ୍କ କହିବା ଅନୁସାରେ ଯେତେବେଳେ ମଣିଷ କାହା ସହ ପ୍ରେମରେ ପଡ଼ିଥାଏ ସେତେବେଳେ ବୟସ ବାଧକ ସୃଷ୍ଟି କରିନଥାଏ।

{"id":219165,"sizeSlug":"large"}

ଉଭୟଙ୍କ ସାକ୍ଷାତ ସୋଶିଆଲ ମିଡିଆର ପ୍ଲାଟଫର୍ମ ଫେସବୁକ୍ ମାଧ୍ୟମରେ ହୋଇଥିଲା। ଏହା ପରେ ଦୁହେଁ ଧୀରେ ଧୀରେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଥିଲେ ଏବଂ ଖୁବ୍ ଶୀଘ୍ର ବନ୍ଧୁତା ପ୍ରେମରେ ରୂପାନ୍ତରିତ ହୋଇଥିଲା।

{"id":219167,"sizeSlug":"large"}

ସୋଶିଆଲ ମିଡିଆରେ କିଛି ଲୋକ ଏହାକୁ ବେଆଇନ ଭାବେ ଟଙ୍କା ଆଦାୟ କରିବାର ମାଧ୍ୟମ କରିଥାଆନ୍ତି। କିନ୍ତୁ ସରକାରଙ୍କଠୁ ଆଇରିସଙ୍କୁ ମାତ୍ର ୨୦୦ ପାଉଣ୍ଡ ଅର୍ଥାତ୍ ୧୯୦୦୦ଟଙ୍କା ପେନସନ ମିଳିଥାଏ।

{"id":219168,"sizeSlug":"large"}

ଆଇରିସ୍ ତାଙ୍କ ସହ ସେକ୍ସ ରିଲେସନଶିପ୍ ବିଷୟରେ ମଧ୍ୟ ଖୋଲାଖୋଲି କହିଛନ୍ତି। ଆଇରିସ୍ କହିଥିଲେ ଯେ ସେ ଗତ ୪୦ବର୍ଷ ହେବ ସେକ୍ସ ବିଷୟରେ ଭାବି ନଥିଲେ।

{"id":219169,"sizeSlug":"large"}

ମହମ୍ମଦଙ୍କୁ ଦେଖା କରିବା ପରେ ଦୁହେଁ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ।

{"id":219170,"sizeSlug":"large"}

ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ କୋର୍ଟକୁ ମଧ୍ୟ ଯାଇଥିଲେ କିନ୍ତୁ ଡକ୍ୟୁପମେଣ୍ଟ ନଥିବାରୁ ବିବାହ ହୋଇପାରିନଥିଲା।

{"id":219171,"width":588,"height":438,"sizeSlug":"large"}

ଆଇରିସ୍ ଇଜିପ୍ଟରୁ ଡକ୍ୟୁମେଣ୍ଟ ଆଣିବା ପରେ ଦୁହେଁ ବିବାହ କରିବେ।

{"id":219172,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.