ଭ୍ୟାକସିନ୍‌ ପଲିସି ଉପରେ କହିଲେ ଦିଲ୍ଲୀ ହାଇକୋର୍ଟ, ୮୦ ବର୍ଷୀୟ ଜୀବନ ଜିଇଁ ସାରିଛନ୍ତି, ଯୁବପିଢ଼ିକୁ ପ୍ରାଥମିକତା ଦିଆଯାଉ

Published By : Prameya-News7 Bureau | June 01, 2021 IST

ନୂଆଦିଲ୍ଲୀ ୧/୬: ଦେଶରେ ଚାଲିଥିବା ଟିକାକରଣ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦେଶରେ ଯୁବପିଢ଼ିଙ୍କୁ ଟିକାକରଣରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେବା ସହ ଭ୍ୟାକ୍ସିନେସନ ପ୍ରଣାଣୀକୁ ନାପସନ୍ଦ କରିଛନ୍ତି। କୋର୍ଟଙ୍କ ଅନୁସାରେ ଦେଶରେ ପ୍ରଥମେ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣ ପାଇଁ ସରକାର  ଘୋଷଣା କରିଥିଲେ। ଏହା ପରେ ୧୮ରୁ ୪୪ ବର୍ଷର ଲୋକଙ୍କ ପାଇଁ ଟିକା ପାଇଁ ଘୋଷଣା କଲେ ସରକାର। କିନ୍ତୁ ଏବେ ଶୁଣିବାକୁ ମିଳୁଛି ଟିକାର ଅଭାବ ରହିଛି। ଯଦି ଟିକାର ଅଭାବ ରହିଛି ତେବେ ଟିକାକରଣ ପାଇଁ ଘୋଷଣା କାହିଁକି କଲେ ବୋଲି କୋର୍ଟ ପଚାରିଛନ୍ତି।

ଆଗକୁ ନିବେଶ କରିବାର ଅଛି, ଆରାମ କରିବାର ନାହିଁ। ଆମେ ଆମ ଦେଶର ଯୁବପିଢ଼ିଙ୍କୁ ଅଣଦେଖା କରୁଥିବା ବେ​‌ଳେ ବୃଦ୍ଧମାନଙ୍କୁ ଅଗ୍ରାଧିକାର ଦେଉଛୁ ବୋଲି ମଧ୍ୟ କୋର୍ଟ କହିଛନ୍ତି।  ଯୁବକମାନେ ଦେଶର ଭବିଷ୍ୟତ । ଆମେ (ବୃଦ୍ଧ) ଜୀବନ ଶେଷ ସମୟରେ ପହଞ୍ଚିବାକୁ ଗଲୁଣି। ଆମାକୁ ଆମ ଭବିଷ୍ୟତକୁ ରକ୍ଷା କରିବାକୁ ପଡ଼ିବ । ଯୁବକମାନଙ୍କୁ ବଞ୍ଚାଇବା ଜରୁରୀ  ବୋଲି ମଧ୍ୟ କୋର୍ଟ କହିଛନ୍ତି।

 ଏହା ସହ ୮୦ ବର୍ଷୀୟ ବୃଦ୍ଧ ଜୀବନ ଜିଇଁ ସାରିଛନ୍ତି। ତଥାପି ସମସ୍ତ ବର୍ଗର ଲୋକଙ୍କୁ ବଞ୍ଚାଇବା ଆପଣଙ୍କ କର୍ତ୍ତବ୍ୟ । କିନ୍ତୁ ଯଦି ଆପଣ ସମାଧାନ ପାଉନାହାନ୍ତି ତେବେ ଯୁବକମାନଙ୍କୁ ବାଛିବା ଦରକାର ବୋଲି ସରକାରଙ୍କୁ ପରମର୍ଶ କରିଛନ୍ତି କୋର୍ଟ। ଯଦି ନିଜର ସାହାଯ୍ୟ ନିଜେ ନକରିବା, ଭଗବାନ ବି କରିବେ ନାହିଁ। ଆପଣଙ୍କ ପାଖରେ ସମସ୍ତ ହିସାବ ରହିଛି ବୋଲି ମଧ୍ୟ ଜଷ୍ଟିସ୍‌ ବିପିନ ସାଙ୍ଘୀ ଏବଂ ଜଷ୍ଟିସ୍‌ ଜସମିତ ସିଂହଙ୍କ ଖଣ୍ଡପୀଠ କହିଛନ୍ତି।

wp:embed {"url":"https://twitter.com/ANI/status/1399680515796398087","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1399680515796398087
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.