Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଆମେରିକାରେ ସ୍ଥିତି ଅସମ୍ଭାଳ : ୮୦ ହଜାର ମୃତ୍ୟୁ,୧୩ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

12/05/2020 at 5:09 PM

ନୂଆଦିଲ୍ଲୀ ୧୨/୦୫ : ବିଶ୍ୱ ମହାମାରୀ କରୋନା ଯୋଗୁଁ ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାର ସ୍ଥିତି ଅସମ୍ଭାଳ ହୋଇପଡିଛି | ଆମେରିକାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୮୦ ହଜାରରୁ ଅଧିକ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୫୦ ରୁ ଅଧିକ | ୨ ଲକ୍ଷରୁ ଅଧିକ ସଂକ୍ରମିତ ସୁସ୍ଥ ମଧ୍ୟ ହେଲେଣି | ଆମେରିକାର ନ୍ୟୁୟର୍କ ଓ ନ୍ୟୁଜର୍ସି କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | କେବଳ ନ୍ୟୁୟର୍କରେ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି | ନ୍ୟୁୟର୍କରେ ଏବେ ସୁଦ୍ଧା ୨୬ ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି | ନ୍ୟୁଜର୍ସିରେ ଏବେ ସୁଦ୍ଧା ଏକ ଲକ୍ଷରୁ ଅଧିକ ସଂକ୍ରମଣ ହୋଇଛନ୍ତି | ୯ ହଜାରରୁ ଅଧିକ ସଂକ୍ରମିତ ଲୋକଙ୍କ ମୃତ୍ୟୁ ହୋଇସାରିଛି | ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୮୩୦ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି | ସୂଚନା ଅନୁଯାୟୀ, ମାର୍ଚ୍ଚ ମାସ ପରେ ଗତ ରବିବାର ଦିନ, ୧୦ ତାରିଖରେ ସବୁଠାରୁ କମ ୭୭୬ ଲୋକଙ୍କ ମୃତ୍ୟୁ ହୋଇଥିଲା |   

ରିପୋର୍ଟ ଅନୁସାରେ ବିଶ୍ୱରେ ଏବେ ସୁଦ୍ଧା ୪୧ ଲକ୍ଷ ୯୦ ହଜାର ୨୩୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ସେଥିରୁ ୨ ଲକ୍ଷ ୮୫ ହଜାର ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ୧୪ ଲକ୍ଷ ୧୧ ହଜାର ୭୭୧ ଜଣ ସୁସ୍ଥ ହୋଇଛନ୍ତି |

   Related Posts