ଦେବଗଡ ଜିଲ୍ଲାରେ ସର୍ବାଧିକ ୮୦ ଜଣ କପି କରି ଧରାପଡିଥିଲେ, ଅନ୍ୟ କେଉଁ ଜିଲ୍ଲାରେ କେତେ ଜଣ ହୋଇଥିଲେ ମାଲ ପ୍ରାକ୍ଟିସ ଜାଣନ୍ତୁ
3/06/2019 at 1:31 PM

ଭୁବନେଶ୍ୱର ୩/୬ : ଦେବଗଡ ଜିଲ୍ଲାରେ ତଳିତ ବର୍ଷ ମାତ୍ର ୬୩୭ ଜଣ ପିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାବେଳେ କପି କରିବା ଯୋଗୁଁ ୮୦ ଜଣ ପିଲାଙ୍କ ମାସ ପ୍ରାକ୍ଟିସ ହେବା ଦୁର୍ଭାଗ୍ୟର ବିଷୟ । ଜିଲ୍ଲାରେ ମାତ୍ର ୨୫୬ ଜଣ ପିଲା ପାସ କରିଛନ୍ତି ଏବଂ ପାସ ହାର ମଧ୍ୟ ଉଦବେଗଜନକ ଭାବେ କମ ରହିଛି । ଜିଲ୍ଲାର ପାସ ହାର ମାତ୍ର ୪୦.୧୮ ରହିଛି । ସୂଚନାଯୋଗ୍ୟ ଯେ, ଯୁକ୍ତ ଦୁଇ ପରୀକ୍ଷାରେ ଚଳିତବର୍ଷ ସମୁଦାୟ ୪୦୬ ଜଣ ପିଲାଙ୍କର ମାଲ ପ୍ରାକ୍ଟିସ ହୋଇଛି ।
ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ୧୩, ଭଦ୍ରକରେ ୮, ବଲାଙ୍ଗିରରେ ୨୬, ସୁବର୍ଣପୁରରେ ୫, କଟକରେ ୧୩, ଜଗତସିଂହପୁର ୧୧, ଯାଜପୁର ୧୨, ଅନୁଗୁଳ ୧୭, ଢେଙ୍କାନାଳ ୪, ଗଞ୍ଜାମ ୧୫, ଗଜପତୀ ୨, କଳାହାଣ୍ଡି ୧୨, ନୁଆପଡା ୫, କେନ୍ଦଝର ୨୯, କୋରାପୁଟ ୧୩, ମାଲକାନଗିରି ୭, ନଗରଙ୍ଗପୁର ୧୫, ରାୟଗଡା ୫, ମୟୁରଭଞ୍ଜ ୨୦, ଫୁଲବାଣୀ ୩, ଖୋଦ୍ଧା ୧୪, ନୟାଗଡ ୩, ପୁରୀ ୧୭, ବରଗଡ ୧୪, ଦେବଗଡ ୮୦, ଝାରସୁଗୁଡା ୨, ସମ୍ବଲପୁର ୭, ସୁନ୍ଦରଗଡ ଜିଲ୍ଲାରେ ୩୫ ଜଣ ପିଲାଙ୍କ ମାଲ ପ୍ରକ୍ଚିସ ହୋଇଛି । ତେବେ କେନ୍ଦ୍ରାପଡା ଓ ବୌଦ୍ଧରେ କୌଣସି ପିଲାଙ୍କ ମାଲ ପ୍ରାକ୍ଟିସ ହୋଇନାହିଁ ।