Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫନିରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ପଠାଗଲା ୮୦ ସିନିଅର ଅଫିସର, ପ୍ରଭାବିତ ହେବ ୧୦ହଜାର ଗାଁ ଓ ୫୨ ସହର, ବିଭିନ୍ନ ନଦୀରେ ଆସିପାରେ ବନ୍ୟା

ଭୁବନେଶ୍ବର୨|୫: ବାତ୍ୟାକୁ ଦେଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରିଦିଆଯାଇଛି । ବିଶେଷ କରି ୨୮ ଏନଡିଆରଏଫ ଏବଂ ୧୮ଟି ଓଡ୍ରାଫ ଟିମ୍‌କୁ ପ୍ରସ୍ତୁତ କରାଯାଇଛି । ସେହିଭଳି ପ୍ରବାଭିତ ଆଶଙ୍କା ଥିବା ଜିଲ୍ଲା ପ୍ରାଶସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବିଭିନ୍ନ ଆଶ୍ରୟ ସ୍ଥଳରେ ସେମାନଙ୍କୁ ରଖାଯାଇ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି ।  ସମ୍ଭାବ୍ୟ ବାତ୍ୟାରେ ରାଜ୍ୟର ୧୦ହଜାର ଗାଁ ଓ ୫୨ ସହର ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି ।

ଆସନ୍ତାକାଲି ସକାଳ ସୁଦ୍ଧା ପାଖାପାଖି ୧୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗାଡା, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇସାରିଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ନିକଟରେ ଫୋନି ଲେଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ବାତ୍ୟା ଫୋନିକୁ ନେଇ ପ୍ରଶାସନ ତତ୍ପର । ଅପରାହ୍ନ ସୁଦ୍ଧା ୫ ଲକ୍ଷ ୫୪ ହଜାର ୭୯୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ ଲକ୍ଷ ୮୨ ହଜାର ୮୧୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ରାପିଡ଼ ରେସ୍ପନ୍ସ ଟିମ୍‌ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗଠନ କରାଯାଇଛି । ଏଥିରେ ଜଣେ ଡାକ୍ତରଙ୍କ ସହିତ ନର୍ସ ଓ ସ୍ବାସ୍ଥ୍ୟ କର୍ମୀ ରହିବେ । ୯୩୬ଟି ମେଡ଼ିକାଲ ରିଲିଫ ଟିମ୍‌ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ୩୨ ଲକ୍ଷ ପାଣି ପ୍ୟାକେଟ ପ୍ରସ୍ତୁତ ରହିଛି।  ୮୦ ସିନିଅର ଅଫିସରଙ୍କୁ ପ୍ରଭାବିତ ଜିଲ୍ଲାଗୁଡିକୁ ପଠାଯାଇଛି ।

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ଫୋନିର ପ୍ରଭାବ ପଡିବାକୁ ଥିବାରୁ ଗୋପାଳପୁର ସମୁଦ୍ର କୂଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନା କରାଯାଇଛି । ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ଜିଲ୍ଲାରେ ଜିରୋ କାଜୁଆଲଟି ନେଇ ସମୁଦ୍ର କୁଳିଆ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯାଇଛି ।

ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଛି । ବନ୍ୟା ସମ୍ଭାବନା ଥିବା ନାଗାବଳୀ, ଝଞ୍ଜାବତୀ, କଲ୍ୟାଣୀ, ଓ ବଂଶଧାରା କୂଳରେ ଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଉଛି । ଏହି ଜିଲ୍ଲାରେ ସର୍ବାଧିକ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। )

ବାତ୍ୟା ଫୋନିକୁ ମୁକାବିଲା ପାଇଁ ଭଦ୍ରକର ଦୁଇଟି ବ୍ଲକ ବୈତରଣୀ ନଦୀ କୂଳରେ ହୋଇଥିବାରୁ ପ୍ରଶାସନ ଏହି ବ୍ଲକ ଗୁଡିକ ଉପରେ ସ୍ଵତନ୍ତ୍ର ନଜର ରଖିଛି ।  ଭଣ୍ଡାରୀପୋଖରୀରେ ଓଡ୍ରାଫ ଟିମ୍ ମୁତୟନ ରହିଛନ୍ତି ।  ପ୍ରଶାସନ ତରଫରୁ ବୋଟ ଗୁଡିକୁ ପ୍ରସ୍ତୁତ ରଖାଯାଇଛି । ଫୋନି ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଏବଂ ବାଲିଅନ୍ତା ବ୍ଲକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି । ୩୧ ଜଣିଆ NDRF ଟିମ୍ ବାଲିପାଟଣାରେ ପହଞ୍ଚିଛନ୍ତି ।

ଆସ୍କାଲାଇଟ୍, ମେସିନ କଟର ସହ ପ୍ରସ୍ତୁତ ହୋଇ ରହିଛି ଅଗ୍ନିଶମ ବିଭାଗ । ଚାଳ ଏବଂ ଆଜବେଷ୍ଟ ଘରେ ରହୁଥିବା ଲୋକଙ୍କୁ ପକ୍କା ଘର କିମ୍ବା ବାତ୍ୟା ଆଶ୍ରସ୍ଥଳକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ ବୁଝାଶୁଝା କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଶେଷ କରି କେନ୍ଦ୍ରାପଡା, ଜଗତ୍‌ସିଂଗପୁର ଓ ଯାଜପୁର ଜିଲ୍ଲାରେ ବି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାର୍କେଟରେ ଯେପରି କଳାବଜାର ନ ହୁଏ ସେଥିପ୍ରତି ଯୋଗାଣ ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଲି ନୟାଗଡ କେନ୍ଦୁଝର ଜିଲ୍ଲା ଗୁଡିକରେ ଏନଡିଆରଏଫ ଓ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରଖାଯାଇଛି । ସହରଠୁ ଗଁ। ପର୍ଯ୍ୟନ୍ତ ସବୁଠି ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଯାଇଛି

635 Views

   ସମ୍ବନ୍ଧିତ ଖବର