ଆବାସିକ ବିଦ୍ୟାଳୟର ୮୦ ଛାତ୍ରଛାତ୍ରୀଙ୍କୁ ଅପହରଣ ; ଅପହୃତ ପିଲାଙ୍କ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

Published By : Prameya-News7 Bureau | November 06, 2018 IST

କ୍ୟାମେରୁନ ୬|୧୧:  କ୍ୟାମେରୁନର ବାମେଣ୍ଡା ସହରରେ  ଅଭାବନୀୟ ଘଟଣା ଘଟିଛି । ଆବାସିକ ବିଦ୍ୟାଳୟରୁ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି ଦୁର୍ବୃତ୍ତ । ସ୍କୁଲର ଅଧ୍ୟକ୍ଷଙ୍କୁ ମଧ୍ୟ ଛାଡିନାହାନ୍ତି । ଏବେ ଯାଏଁ ଅପହରଣ ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ଛାତ୍ରଛାତ୍ରୀ କି ଅପହରଣକାରୀଙ୍କର କିଛି ପତ୍ତା ମିଳିନି। ଅପହରଣକାରୀ ପିଲାମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଜଙ୍ଗଲ ଆଡକୁ ନେଇଯାଇଥିବା ଅନୁମାନ କରାଯାଉଛି । ତେବେ ବିଚ୍ଛିନ୍ନତାବାଦୀ କିମ୍ବା ଅନ୍ୟ କୌଣସି ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥାଇପାରନ୍ତି ବୋଲି କୁହାଯାଉଛି। ବିଚ୍ଛିନ୍ନତାବାଦୀମାନେ ରାଷ୍ଟ୍ରପତି ପଲଙ୍କ ସରକାରଙ୍କୁ ବିରୋଧ କରିଆସୁଥିଲେ ବୋଲି ସେନା କହିଛି । ଅପହରଣକାରୀମାନେ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଛାଡିଛନ୍ତି । ଯେଉଁଥିରେ ଅପହୃତ ଛାତ୍ରଙ୍କୁ ନିଜ ପରିଚୟ ଦେବାକୁ ବାଧ୍ୟ କରାଯାଉଛି । ଅପହରଣକାରୀମାନେ କହିଛନ୍ତି ଦାବି ପୂରଣ ହେଲେ ଅପହୃତଙ୍କୁ ଛଡାଯିବ । ତେବେ ନିଜ ଦାବି ସଂପର୍କରେ କିଛି କହିନାହାନ୍ତି। ଗତକିଛି ଦିନମାସ ତଳେ ୨ଶହ ଛାତ୍ରୀଙ୍କୁ ଅପହରଣ କରିନେଇଥିଲା ବୋକୋ ହରାମ ଆତଙ୍କୀ ସଂଗଠନ । ଏଯାଏ ସେମାନଙ୍କର କୌଣସି ପତ୍ତା ମିଳିନି । ଏବେ ୮୦ ସ୍କୁଲ ପିଲାଙ୍କ ଅପହରଣ ସତର୍କ ଘଣ୍ଟି ବଜାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.