Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ଚିନ୍ତାଜନକ: ଭାରତରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କଠାରେ ଦେଖାଯାଉନି କୌଣସି ଲକ୍ଷଣ

20/04/2020 at 2:52 PM

ନୂଆଦିଲ୍ଲୀ, ୨୦|୦୪:  ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଅଧିକାଂଶ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଡାକ୍ତରଙ୍କ ଚିନ୍ତା ବଢିଯାଇଛି । ଏନେଇ ଜଣେ ଚିକିତ୍ସା ଅଧିକାରୀ ଏକ ଜାତୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି ।

ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ରମଣ ଆର୍ ଗଙ୍ଗାଖେଦକାରଙ୍କ, ୮୦ ପ୍ରତିଶତ ସଂକ୍ରମିତଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ । ଫଳରେ ରୋଗ ଚିହ୍ନଟ କରିବାରେ ଅସୁବିଧା ହେଉଛି । ଫଳରେ ସେମାନଙ୍କୁ ଟ୍ରେସ୍ କରିବା ମଧ୍ୟ କଠିନ ହୋଇଯାଉଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦୦୦ ଛୁଇଁଥିବା ବେଳେ ଏବେସୁଦ୍ଧା ୫୪୩ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କଠାରେ କୌଣସି ଲକ୍ଷଣ ନାହିଁ । ଲକ୍ଷଣ ନଥିଲେ ସମସ୍ତଙ୍କର ଟେଷ୍ଟ କରିବା ଏକ ପ୍ରକାର ଅସମ୍ଭବ ।ଲକ୍ଷଣ ଦେଖାଯାଉ ନଥିବାରୁ କେବଳ ହଟସ୍ପଟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ ମେ ମାସରେ ଭାରତ କରୋନା ମୁକାବିଲାରେ ଅନେକାଂଶରେ ସଫଳ ହେବ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିକଟରେ ଏହା ଉପରେ ଏକ ଗମ୍ଭୀର ତଥ୍ୟ ଦେଇଥିଲେ । ସେ କହିଥିଲେ ଯେ, ଲକ୍ଷଣ ଦେଖାଯାଉ ନଥିବା ୭୩୬ଜଣଙ୍କ ନମୂନା ପରୀକ୍ଷଣ କରାଯାଇଥିଲା । ଏହା ମଧ୍ୟରୁ ୧୮୬ଟିରେ ପଜିଟିଭ୍ ରିପୋର୍ଟ ଆସିଥିଲା । ଏହି ସଂକ୍ରମିତମାନେ କେତେବଳେ ସଂକ୍ରମଣର ଶିକାର ହେଲେ ଜାଣି ମଧ୍ୟ ପାରୁନାହାଁନ୍ତି । କାରଣ ସେମାନଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା ।

   Related Posts