ହ୍ବାଟ୍ସଆପ୍ ଓ ଫେସ୍ବୁକ୍ରେ ଏବେ ନିୟମ କଡା, ଚାଇଲ୍ଡ ପର୍ନୋଗ୍ରାଫି ସେୟାର କରି ଫସିଲେ ୮୦ ୟୁଜର…
5/02/2020 at 12:19 PM

ଉତ୍ତର ପ୍ରଦେଶର ମିରଠରେ ଚାଇଲ୍ଡ ପର୍ନୋଗ୍ରାଫି ସେୟାର କରିଥିବାରୁ ହ୍ବାଟ୍ସଆପ୍, ଫେସ୍ବୁକ୍ କାର୍ଯ୍ୟାନୁଷ୍ଠାନ କରିଛି। ଏହି ୟୁଜର୍ସମାନେ ଏବେ ରେଜିସ୍ଟର୍ଡ ନମ୍ବରରୁ କେବେ ହ୍ବାଟ୍ସଆପ୍ ଓ ଫେସ୍ବୁକ୍ ଚଲାଇପାରିବେ ନାହିଁ। ଗତ କିଛି ଦିନ ତଳେ ମିରଠରେ ଜଣେ ବ୍ୟକ୍ତିଙ୍କ ଫେସ୍ବୁକ୍ ମେସେଞ୍ଜରରେ ୨୪ ସେକେଣ୍ଡର ଚାଇଲ୍ଡ ପର୍ନୋଗ୍ରାଫି ଭିଡିଓ ଆସିଲା। ପୁଣି ସେ ଏହି ଭିଡିଓକୁ ମେସେଞ୍ଜରରେ ଫରୱାର୍ଡ କରିଥିଲେ। ଫଳରେ ଭିଡିଓଟି ଭାଇରାଲ ହୋଇଥିଲା।

ଏଥିପାଇଁ ଫେସ୍ବୁକ୍ କାର୍ଯ୍ୟାନୁଷ୍ଠାନ କରି ଚାଇଲ୍ଡ ପର୍ନୋଗ୍ରାଫି ସେୟାର କରୁଥିବା ସବୁ ଆଇଡି ଗୁଡିକୁ ନିଷ୍କ୍ରିୟ କରିଥିଲା। ଏହା ସହ ହ୍ବାଟ୍ସଆପ୍ରେ ଏମିତି ଭିଡିଓ ସେୟାର କରୁଥିବା ଲୋକଙ୍କର ମଧ୍ୟ ନମ୍ବର ବ୍ଲକ୍ କରାଯାଇଛି। ମିରଠରେ ପାଖାପାଖି ଏମିତି ଭିଡିଓ ସେୟାର କରୁଥିବା ୮୦ ଲୋକଙ୍କର ଆଇଡି ନିଷ୍କ୍ରିୟ କରାଯାଇଛି। ଏହି ଭିଡିଓ କେଉଁଠାରୁ ଆସୁଛି ବା ଏହା ଭାଇରାଲ ହେବା କେମିତି ଆରମ୍ଭ ହେଉଛି ତାହା ସ୍ପଷ୍ଟ ହୋଇନାହିଁ।

ମିରଠର ଜଣେ ଯୁବକ ଗତ ସପ୍ତାହ ସାଇବର କ୍ରାଇମ୍ରେ ମାମଲା ରୁଜୁ କରିଥିଲେ। କାରଣ ତାଙ୍କ ନମ୍ବର କାମ କରୁନଥିଲା। କିଛି ଅଶ୍ଳୀଳ ଭିଡିଓ ତାଙ୍କ ନମ୍ବରକୁ ଆସିବା ପରେ ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଧିରେ ଧିରେ ସେ ନିଜେ ମଧ୍ୟ ଏହି ଭିଡିଓ ଭାଇରାଲ କରୁଥିଲେ। ପ୍ରଥମେ ତାଙ୍କୁ ଏହା ଏକ ଫ୍ରଡ୍ ମାମଲା ଲାଗିଥିଲା। ହେଲେ ସାଇବର ସେଲ୍ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ଚାଇଲ୍ଡ ପର୍ନୋଗ୍ରାଫି ଭାଇରାଲ କରିଥିବାରୁ ତାଙ୍କ ଫେସ୍ବୁକ୍ ଓ ହ୍ବାଟ୍ସଆପ୍ ବନ୍ଦ ହୋଇଯାଇଛି।

ହରିଦ୍ବାରରେ ମଧ୍ୟ ଜଣେ ବ୍ୟକ୍ତି ନିଜ ନମ୍ବରରୁ ମହିଳା, ପୁରୁଷ ଓ ପିଲାମାନଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଉଥିଲେ।ସେ ଫେସ୍ବୁକ୍ରେ ମଧ୍ୟ ଖରାପ ଫଟୋ ପୋଷ୍ଟ କରୁଥିଲେ ଯାହା ଅନେକ ଲୋକ ସେୟାର ମଧ୍ୟ କରିଛନ୍ତି। ସୂର୍ଯ୍ୟକାନ୍ତ ଶର୍ମା ନାମକ ଏହି ବ୍ୟକ୍ତି ଯିଏ ଏଭଳି କାମ କରୁଥିଲେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ସହ ତାଙ୍କ ଆକାଉଣ୍ଟ ଓ ନମ୍ବର ବ୍ଲକ୍ ମଧ୍ୟ କରାଯାଇଥିଲା।