ଖଣ୍ଡଗିରି ଅଞ୍ଚଳରୁ ଚୋରା ଗଞ୍ଜେଇ ଜବତ, ୪ ଗିରଫ

Published By : Prameya-News7 Bureau | July 03, 2020 IST

ଭୁବନେଶ୍ବର୩/୭: ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଚୋରା ଗଞ୍ଜେଇ ଜବତ। ଇଣ୍ଡିଗୋ ଗାଡି ସହ ୮୦ କେଜି ଗଞ୍ଜେଇ ଜବତ କଲା ଖଣ୍ଡଗିରି ଥାନା ପୋଲିସ୍‌। ଚୋରା ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍।  ଏ ସଂପର୍କରେ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ। କରୋନା କଟକଣାକୁ ରାଜଧାନୀ ବାସୀ ମାନି ଜୀବନ ଯାପନ ଅତିବାହିତ କରୁଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଚୋରା ନିଶାକାରବାର ଚାଲିଛି। କେବଳ ଭୁବନେଶ୍ବର ଖଣ୍ଡଗିରି ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା କଟକଣା ବେତିର କରି ବେଧଡ଼କ ନିଶା କାରବାର ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.