୮୦ ଘଣ୍ଟା ପରେ ବୋରଓ୍ୱେଲରୁ ଉଦ୍ଧାର ହେଲା ଶିଶୁର ମୃତଦେହ

Published By : Prameya-News7 Bureau | October 29, 2019 IST

ଚେନ୍ନାଇ - ତାମିଲନାଡୁର ତିରୁଚିର ବୋରଓ୍ୱେଲ ଭିତରକୁ ଖସିପଡିଥିବା ୨ ବର୍ଷ ଶିଶୁର ମୃତ ଦେହକୁ ୮୦ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉଦ୍ଧାର କରାଯାଇଛି । ମନାପ୍ପାରାଇରେ ଥିବା ଏକ ପରିତକ୍ତ ବୋରଓ୍ୱେଲ ମଧ୍ୟକୁ ଏହି ଶିଶୁଟି ଖେଳୁଥିବା ବେଳେ ଖସିପଡିଥିଲା । ଶୁକ୍ରବାରରେ ଏହି ଶିଶୁଟି ଖସି ପଡିଥିଲା । ମଙ୍ଗଳବାର ଭୋରୁ ତାର ମୃତ ଦେହକୁ ଉଦ୍ଧାର କରାଯାଇଛି । ଶରୀରଟି ପଚି ଯାଇଥିବା ବେଳେ ବୋର ଓ୍ୱେଲ ମଧ୍ୟରେ ଖସିପଡିଥିବାରୁ ଅନେକ ସ୍ଥାନ ଛିଡି ଯାଇଥିବା ଦେଖିବାକୁ ମିଳିଥିଲା ।

ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଚାଲିଥିଲା । ତାମିଲନାଡୁର ରାଜସ୍ୱ ପ୍ରଶାସକଙ୍କ ତତ୍ୱାବଧାନରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା । ସୋମବାର ରାତିରେ ଏହି ବୋରଓ୍ୱେଲରୁ ଦୁର୍ଗନ୍ଧ ବାହାରିଥିଲା । ଉଦ୍ଧାର ପରେ ଆମ୍ବୁଲାନ୍ସରେ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.