କରୋନା ଛଡାଇ ନେଇଛି ଜୀବନ ଓ ଜୀବିକା: ସଙ୍କଟରେ ରଶି କାରିଗର, ୮୦ ପରିବାରର ରୋଜଗାର ବାଟ ବନ୍ଦ

Published By : Prameya-News7 Bureau | November 05, 2020 IST

ବରଗଡ୫/୧୧: ଲକଡାଉନ ଛଡାଇ ନେଇଛି ଜୀବନ ଓ ଜୀବିକା। ସଙ୍କଟରେ ପ୍ଲାଷ୍ଟିକ ରଶି କାରିଗର। ଏମାନଙ୍କୁ କଞ୍ଚାମାଲ ମିଳୁ ନାହିଁ କି ଉତ୍ପାଦିତ ଦ୍ରବ୍ୟ ବିକ୍ରି ହୋଇପାରୁ ନାହିଁ। ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲ ମୁଣ୍ଡା ଗ୍ରାମର ପ୍ରାୟ ୮୦ ପରିବାରର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି।  

{"id":356716,"sizeSlug":"large"}

ବଜାରରେ ଏବେ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗୀ ରଶି ଦେଖିବାକୁ ମିଳୁଛି । ନା ଅଛି ଝୋଟ ଆଉ ପଟରେ ତିଆରି ରଶି , କାରଣ ଚାଷ ଅଭାବ ଯୋଗୁଁ ବଜାର ଚାହିଦାକୁ ମେଣ୍ଟାଇ ନ ପାରିବାରୁ ରାଜ୍ୟର ବହୁ ସ୍ଥାନରେ ଝୋଟ କଳ ଗୁଡିକ ବନ୍ଦ ହୋଇପଡିଛି।ଏବେ କିନ୍ତୁ ବିକଳ୍ପ ପ୍ଲାଷ୍ଟିକ ତିଆରି ରଶି ।ଘରର ଆସବାବପତ୍ର ତଥା ବିଭିନ୍ନ ଘରୋଇକରଣ ଜିନିଷ ମଧ୍ୟରୁ ଝୋଟରୁ ତିଆରି ରଶି ବା ସୁତୁଲି ଅନ୍ୟତମ ।

{"id":356717,"sizeSlug":"large"}

ଖଟ ତିଆରି ହେଉ କି ରୋଷେଇ ଘରେ ବ୍ୟବହୃତ ହେଉଥିବା ଶିକା ,ଗାଈ ବନ୍ଧା ଦଉଡି ବା କୁଅ ଦଉଡି ହେଉ ଏଥିପାଇଁ ପ୍ରଥମେ ଦରକାର ପଡିଥାଏ ରଶି। ଯାହାକି ଝୋଟ କିମ୍ବା ପଟରୁ ମିଳିଥାଏ । ମାତ୍ର ଏବେ ଏହି  ରଶି ତିଆରି ପାଇଁ ଆବଶ୍ୟକ ଝୋଟ, ପଟ ତଥା କଞ୍ଚାମାଲର ଅଭାବ ଯୋଗୁଁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ଗ୍ରାମର ରଶି କାରିଗରମାନେ ପ୍ଲାଷ୍ଟିକ ରଶି ତିଆରିକୁ ଆଦରି ନେଇଛନ୍ତି । ଏଥିପାଇଁ ସେମାନେ ପରିତ୍ୟକ୍ତ ସିମେଣ୍ଟ ବସ୍ତାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ପ୍ଲାଷ୍ଟିକ ରଶି ।ଏହି ସିମେଣ୍ଟ ବସ୍ତାର ସୂତାକୁ ବାହାର କରି ପ୍ରଥମେ ସଫା କରିଥାନ୍ତି ,ତାପରେ ସେଥିରୁ ସେମାନେ ତିଆରି କରିଥାନ୍ତି ଭଳିକି ଭଳି ମୋଟା ପତଳା ରଶି ।ସେହି ପ୍ଲାଷ୍ଟିକ ରଶିରୁ ବ୍ୟାଗ, ଶିକା ତଥା ଖଟରେ ବ୍ୟବହାର ହେଉଥିବା ରଶି ଆଦି ପ୍ରସ୍ତୁତ କରି ମାର୍କେଟରେ ବିକ୍ରି କରିଥାନ୍ତି ।

{"id":356719,"sizeSlug":"large"}

ଗୋଟିଏ ପଟେ ଲକଡାଉନ୍ ଅନ୍ୟପଟେ କଞ୍ଚାମାଲର ଅଭାବ। ଏହା ଭିତରେ ଆର୍ଥିକ ସଙ୍କଟ ମଧ୍ୟକୁ ପେଲି ହୋଇଯାଇଛନ୍ତି ଏହି ପ୍ଲାଷ୍ଟିକ ରଶି କାରିଗର । ପରିବାରର ସମସ୍ତ ସଦସ୍ୟ ମିଶି ଏହି ପରିଶ୍ରମ କରିଥାନ୍ତି ।କାରିଗରୀମାନେ ପ୍ଲାଷ୍ଟିକ ରଶି କିମ୍ବା ଏଥିରୁ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରି ଦିନକୁ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରିଥାନ୍ତି। ଏତିକି ଟଙ୍କାରେ ସେମାନେ ବହୁ କଷ୍ଟ ରେ ପରିବାର ପ୍ରତିପୋଷଣ କରିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.