Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବସରେ ଅପରେସନ୍‌ ଟ୍ରେନିଂ: IMS & SUM HOSPITAL ର ୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଦିଆଗଲା ତାଲିମ୍

25/12/2019 at 9:48 PM

ଭୁବନେଶ୍ବର୨୫/୧୨: ଭ୍ରାମ୍ୟମାଣ ବସରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅପରେସନ ଟ୍ରେନିଂ । ବିଶେଷ କରି ଲାପ୍ରୋସ୍କୋପି ସର୍ଜରୀର ନଟିଙ୍ଗ, ଷ୍ଟିଚିଙ୍ଗ ଏବଂ ଷ୍ଟାପଲ କେମିତି ହୁଏ ସେ ନେଇ ପିଲାମାନଙ୍କୁ ଟ୍ରେନିଂ ଦେଇଛନ୍ତି ବିଶେଷଜ୍ଞ । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ୮୦ ଜଣ ଛାତ୍ରଛାତ୍ରୀ ତାଲିମ୍ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି। ଭ୍ରାମ୍ୟମାଣ ବସରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅପରେସନ ଟ୍ରେନିଂ ଅନୁଷ୍ଠିତ ହୋଇଛି। ଲାପ୍ରୋସ୍କୋପି ଅପରେସନ ଟ୍ରେନିଂ ଛାତ୍ରଛାତ୍ରୀ ନେଇଛନ୍ତି। ସର୍ଜରୀ ନଟିଙ୍ଗ, ଷ୍ଟିଚିଙ୍ଗ, ଷ୍ଟାପଲର ଟେକନିକ୍ ଶିଖିଛନ୍ତି।

ଭ୍ରାମ୍ୟମାଣ ବସରେ ଅପରେସନ ଟ୍ରେନିଂ ଶିଖିଲେ ଡାକ୍ତରୀ ଛାତ୍ରଛାତ୍ରୀ।  ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଲାପ୍ରୋସ୍କୋପି ଅପରେସନର ଷ୍ଟିଚିଙ୍ଗ, ନଟିଙ୍ଗ ଓ ଷ୍ଟାପଲ ଶିଖାଇଲା ଜନସନ ଏଣ୍ଡ ଜନସନ ଇନଷ୍ଟିଚ୍ୟୁଟର ବିଶେଷଜ୍ଞ। ବସରେ ଅପରେସନ ତାଲିମ୍ । ଜନସନ ଏଣ୍ଡ ଜନସନ ଇନଷ୍ଟିଚ୍ୟୁଟ ପକ୍ଷରୁ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲର ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯାଉଛି । ବିଶେଷ କରି ଲାପ୍ରୋସ୍କୋପି ଅପରେସନ କିଭଳି କରାଯିବ ସେ ନେଇ ଟ୍ରେନିଂ ନେଉଛନ୍ତି ଛାତ୍ରଛାତ୍ରୀ । ଲାପ୍ରୋସ୍କୋପି ଅପରେସନ ହେଉଛି ଆଇ ଆଣ୍ଡ ହ୍ୟାଣ୍ଡର କୋର୍ଡିନେସନ । ପାଠ ପଢି ସାରି ଇଣ୍ଟର୍ନ କରୁଥିବା ଛାତ୍ରଛାତ୍ରୀ ଟ୍ରେନିଂ ନେଉଛନ୍ତି । ସର୍ଜରୀ ଷ୍ଟିଚିଙ୍ଗ, ନଟିଙ୍ଗ ଏବଂ ଷ୍ଟାପଲ ପଦ୍ଧତି ଶିଖାଉଛନ୍ତି ବିଶେଷଜ୍ଞ । ସ୍କ୍ରିନ ଦେଖି କିଭଳି ଅପରେସନ କରିହେବ ସେ ନେଇ ଟ୍ରେନିଂ ନେଇ ପିଲାମାନେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ।

ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇଠାରେ ରହିଛି ଜନସନ ଆଣ୍ଡ ଜନସନ୍ ଇନଷ୍ଟିଚ୍ୟୁଟ ।ଏହି ଇନଷ୍ଟିଚ୍ୟୁଟ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଅପରେସନ ଟ୍ରେନିଂ ଦେଉଛି । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଏହି ବସ୍ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । କେବଳ ଥିଓରି ନୁହେଁ ମେଡିକାଲ  ପାଠରେ ପ୍ରାକ୍ଟିକାଲ  ବେଶ ଜରୁରୀ । ସେଥିପାଇଁ ଏହି ଟ୍ରେନିଂ ବେଶ୍ ସହାୟକ ହେବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ଶୀତତାପ ନିୟନ୍ତ୍ରିତ ଏହି ବସ୍ ଭିତରେ ସମ୍ ହସ୍ପିଟାଲର ୮୦ ଜଣ ଛାତ୍ରଛାତ୍ରୀ ଟ୍ରେନିଂ ନେଉଛନ୍ତି ।

   Related Posts