୮୦ ଦେଶ ଖୋଜୁଛନ୍ତି କରୋନା ଭ୍ୟାକସିନ୍ : ସଫଳତା ଦାବି କଲେ ୬ ଦେଶ, ୧୨୦ ଟୀକା ଉପରେ ପରୀକ୍ଷଣ ଜାରି

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧/୦୫ : କରୋନା ମହାମାରୀକୁ ମେଡିକାଲ ଭାଷାରେ SARS –CoV-2 ମଧ୍ୟ କୁହାଯାଉଛି | କରୋନା ଭାଇରସ ବିସ୍ତାର ରୋକିବା ପାଇଁ ସାରା ଦୁନିଆର ବୈଜ୍ଞାନିକ ଏହାର ଭ୍ୟାକସିନ ଏବଂ ଔଷଧ ବାହାର କରିବା ପାଇଁ ଗବେଷଣା କରୁଛନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ବିଶ୍ୱର ୧୦୨ ଟି ସଂସ୍ଥା କରୋନା ଭ୍ୟାକସିନ ଖୋଜିବାରେ ଦିନ ରାତି ପରିଶ୍ରମ କରୁଛନ୍ତି | ୧୨୦ ଟି ସମ୍ଭାବ୍ୟ ଟୀକାକୁ ନେଇ ଗବେଷଣା ଜାରି ରହିଛି | ଏଥିପାଇଁ ବିଶ୍ୱର ୮୦ ରୁ ଅଧିକ ଦେଶର ମେଡିକାଲ ସଂସ୍ଥା ସଂଯୁକ୍ତ ଭାବେ ମଧ୍ୟ ଗବେଷଣା କରୁଛନ୍ତି | ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୪୦ ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି | ପାଖାପାଖି ୨ ଲକ୍ଷ ୭୮ ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି |

ଆମେରିକାର ଫର୍ମାକ୍ୟୁଟିକାଲ କମ୍ପାନୀ ମାଡର୍ଣ୍ଣ କରୋନା ଭ୍ୟାକସିନ ପରୀକ୍ଷଣ ଉପରେ କାମ କରୁଛି | ୨୦୨୦ ଶେଷ ସୁଦ୍ଧା ଟୀକା ପ୍ରସ୍ତୁତ କରିବ ବୋଲି କମ୍ପାନୀ ମାର୍ଚ୍ଚ ୨୪ ତାରିଖରେ ଘୋଷଣା କରିଥିଲା | ଫାଇଜର, ଜନସନ ଆଣ୍ଡ ଜନସନ ମଧ୍ୟ କରୋନା ଟୀକା ଉପରେ ଗବେଷଣା କରୁଛନ୍ତି | ଏହାଛଡା ଗିଲିୟାର୍ଡ ସାଇନ୍ସ କମ୍ପାନୀ ରେମଡେସିବର ନାମକ ଔଷଧ ବାହାର କରିଛି | ହାଇଡ୍ରୋକ୍ଲୋରୋକ୍ୱିନ ପରେ ଏହି ଔଷଧକୁ କରୋନା ଚିକିତ୍ସା ପାଇଁ ବ୍ୟବହାର କରାଯାଉଛି | ମେ ୬ ତାରିଖରେ ଜାପାନ ମଧ୍ୟ ଏହାକୁ ମାନ୍ୟତା ଦେଇଛି |

ଲଣ୍ଡନରେ କରୋନା ଭାଇରସ ଉପରେ ଗବେଷଣା କରୁଥିବା ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକ ଏପ୍ରିଲ ୨୩ ତାରିଖରେ କରୋନା ଟୀକା ପରୀକ୍ଷଣ ନେଇ ଦାବି କରିଥିଲେ | ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମେଟ ହେନକକ ଏ ସମ୍ବନ୍ଧରେ ସୂଚନା ଦେଇଥିଲେ | ସ୍ୱାସ୍ଥ୍ୟ ବିଭାଗ ଔଷଧ ଖୋଜିବା ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ କରୁଛି ବୋଲି ସେ କହିଥିଲେ | ଏଥିପାଇଁ ବୈଜ୍ଞାନିକଙ୍କୁ ୨ କୋଟି ପାଉଣ୍ଡ ଅର୍ଥ ମଧ୍ୟ ଦିଆଯାଇଛି ବୋଲି ସେ କହିଥିଲେ | ସେପଟେ ଟୀକା ପ୍ରସ୍ତୁତ କରୁଥିବା ବୈଜ୍ଞାନିକ ୮୦ ପ୍ରତିଶତ ସଫଳ ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛନ୍ତି |

{"id":268097,"sizeSlug":"large"}

ଭାରତ, ଜର୍ମାନୀ, ଆମେରିକାର ସ୍ୱାସ୍ଥ୍ୟ ସଂଗଠନ ଏକାସଙ୍ଗେ ମିଶି ଗବେଷଣା କରୁଛନ୍ତି | ସବୁଠାରୁ ପ୍ରଥମେ ଚୀନ ମାର୍ଚ୍ଚ ୪ ତାରିଖରେ, ଆମେରିକା ମାର୍ଚ୍ଚ ୨୪ ତାରିଖରେ, ବ୍ରିଟେନ ଏପ୍ରିଲ ୨୧ ତାରିଖରେ, ଇସ୍ରାଇଲ ମେ ୫ ତାରିଖରେ, ଇଟାଲୀ ମେ ୬ ତାରିଖରେ ଓ ନେଦରଲ୍ୟାଣ୍ଡ ମେ ୭ ତାରିଖରେ ଭ୍ୟାକସିନ ବା ଆଣ୍ଟିବଡ଼ି ତିଆରି କରିଥିବା ଦାବି କରିଥିଲେ | ମାର୍ଚ୍ଚ ୪ ତାରିଖରେ ଚୀନରୁ ଖବର ମିଲିଥଲା ଯେ, ୫୩ ବର୍ଷ ବୟସ୍କ ଶେନ ୱେଇଙ୍କ ନେତୃତ୍ୱରେ ଗଠିତ ହୋଇଥିବା ଟିମ ମିଲିଟାରୀ ମେଡିକାଲ ସାଇନ୍ସ ଏକାଡେମୀରେ କରୋନା ଭ୍ୟାକସିନ ତିଆରି କରିବାରେ ସଫଳ ହୋଇଛନ୍ତି | ଏହା ଚୀନର ଏକା ପ୍ରତିଷ୍ଠିତ ଏକାଡେମୀ ଯେଉଁଠାରେ ୨୬ ବିଶେଷଜ୍ଞ, ୫୦ ରୁ ଅଧିକ ବୈଜ୍ଞାନିକ ଓ ୫୦୦ ରୁ ଅଧିକ ଅନୁଭବୀ ଲୋକ କାର୍ଯ୍ୟରତ | ଏହାଛଡା ଚୀନର ଆଉ ୩ ସଂସ୍ଥା ଭ୍ୟାକସିନ ଟ୍ରାଏଲର ପ୍ରଥମ ପର୍ଯ୍ୟାୟରେ ଅଛନ୍ତି |

ମେ ୫ ତାରିଖରେ ଇସ୍ରାଇଲର ଏକା ସଂସ୍ଥା ଆଇଆଇବିଆର ଏହିଭଳି ଏକା ଆଣ୍ଟିବଡ଼ି ପ୍ରସ୍ତୁତ କରିବାରେ ସଫଳତା ହାସଲ କରିଛି ଯାହା ଯାହା ମୋନୋକ୍ଲିନ ତରିକାରେ କରୋନା ଉପରେ ଆକ୍ରମଣ କରିବ | ଇସ୍ରାଇଲର ରକ୍ଷାମନ୍ତ୍ରୀ ନେଫଟଲି ବେନେଟଙ୍କ କହିବାନୁଯାୟୀ, ଆଣ୍ଟିବଡ଼ି ମନୁଷ୍ୟ ଶରୀରରେ ହିଁ ଭାଇରସକୁ ମାରିବାରେ ସକ୍ଷମ ହେବ | ତେବେ ଭାକସିନ ମନୁଷ୍ୟ ଶରୀରରେ ପରୀକ୍ଷା କରାଯାଇଛି ନା ନାହିଁ ତାହା ସେ କହିନାହାନ୍ତି |

ନେଦରଲ୍ୟାଣ୍ଡର ୟୁନିଭର୍ସିଟିର ଜଣେ ବୈଜ୍ଞାନିକ 47D11 ନାମକ ଏକ ଆଣ୍ଟିବଡ଼ି ବାହାର କରିଛନ୍ତି ଯାହା କରୋନା ଭାଇରସ ସ୍ପାଇକ ପ୍ରୋଟିନକୁ ବ୍ଲକ କରିଦେଇଥାଏ | କାରଣ କରୋନା ଶରୀରରେ ସଂକ୍ରମଣ ବିସ୍ତାର କରିବା ପାଇଁ ଏହି ସ୍ପାଇକ ପ୍ରୋଟିନ ଜରିଆରେ କୋଷଗୁଡିକୁ କବ୍ଜା କରିଥାଏ | ଗବେଷକମାନେ ଅଲଗା ଅଲଗା ସ୍ପାଇକ ପ୍ରୋଟିନକୁ ମୂଷା ଦେହରେ ପରୀକ୍ଷା କରିଛନ୍ତି | କରୋନାକୁ ମାତ ଦେବା ଭଳି ମୂଷା ଦେହରେ ୫୧ ଆଣ୍ଟିବଡ଼ି ଅଲଗା କରିଥିଲେ | ସେଥିରୁ କେବଳ 47D11 ନାମକ ଆଣ୍ଟିବଡ଼ି ସଂକ୍ରମଣ ରୋକିବାରେ ସଫଳ ହୋଇଥିଲା |

{"id":268098,"width":580,"height":325,"sizeSlug":"large"}

ଇଟାଲୀର ଟକିଜ ବାୟୋଟେକ ଦାବି କରିଛି ଯେ, ତାଙ୍କ ଭ୍ୟାକସିନ ସବୁଠାରୁ ଆଡ଼ଭାନ୍ସ ଷ୍ଟେଜରେ ଅଛି | ବୈଜ୍ଞାନିକ କହିଛନ୍ତି ଖୁବ ଶୀଘ୍ର ଏହି ଭ୍ୟାକସିନକୁ ମନୁଷ୍ୟ ଶରୀରରେ ପରୀକ୍ଷା କରାଯିବ | ଏହି ଭ୍ୟାକସିନ ଜରିଆରେ ମୂଷା ଦେହରେ ଆଣ୍ଟିବଡ଼ି ବିକଶିତ କରାଯାଇଥିଲା | ବିକଶିତ ଆଣ୍ଟିବଡ଼ି ଭାଇରସକୁ କୋଷ ଉପରେ ଆକ୍ରମଣ କରିବାରେ ରୋକିବ | ତେବେ ଏହା ମନୁଷ୍ୟ ଶରୀରରେ ମଧ୍ୟ କାମ କରିବ ବୋଲି ଦାବି କରାଯାଇଛି |

ଭାରତରେ ବୈଜ୍ଞାନିକ ଓ ଉଦ୍ୟୋଗୀକ ଅନୁସନ୍ଧାନ ସଂସ୍ଥା ସିଏସଆଇଆର କରୋନା ଟୀକା ଉପରେ ପରୀକ୍ଷା କରୁଛି | ଅହମଦାବାଦର ହେଷ୍ଟର ବାୟୋସାଇନ୍ସ ଔଷଧ କମ୍ପାନୀ ଏପ୍ରିଲ ୨୨ ତାରିଖରେ ଘୋଷଣା କରିଥିଲା ଯେ, ଭାରତୀୟ ପ୍ରଦ୍ୟୋଗିକ ସଂଗଠନ ଗୁଆହାଟୀ ସହ ମିଶି କରୋନା ଟୀକା ବିକଶିତ କରିବେ | ଏହାପୂର୍ବରୁ ପୁନେର ସିରମ ଇନଷ୍ଟିଚ୍ୟୁଟ ଦାବି କରିଥିଲା ଚଳିତ ବର୍ଷ ସେପ୍ଟେମ୍ବର ଅକ୍ଟୋବର ସୁଦ୍ଧା କରୋନା ଟୀକା ପ୍ରସ୍ତୁତ କରିବ ଏବଂ ଏହାର ମୂଲ୍ୟ ପାଖାପାଖି ହଜାରେ ଟଙ୍କା ରହିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.