କୂଅରେ ପଡି ୮ବର୍ଷର ନାବାଳକଙ୍କ ମୃତ୍ୟୁ, ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ ଅଘଟଣ

Published By : Prameya-News7 Bureau | November 30, 2021 IST

ନରସିଂହପୁର ୩୦।୧୧: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଗୋଡିବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । କୂଅରେ ପଡ଼ି ଜଣେ ବାଳକଙ୍କର ମତ୍ୟୁ ହୋଇଛି । ମୃତକ ହେଲେ ଗାଁର ଶ୍ରୀକାନ୍ତ ବେହେରାଙ୍କ ପୁଅ ଜ୍ଞାନ ରଞ୍ଜନ ବେହେରା । ତାଙ୍କ ବୟସ ୮ ବର୍ଷ ।

ଜ୍ଞାନ ରଞ୍ଜନ ନରସିଂହପୁର ସ୍ଥିତ ପାଇକପଡାପାଟଣାର ଅଲେଖ ପାଟଣାରେ ଥିବା ତାଙ୍କ ପିଉସୀ ଘରକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ କୂଅରେ ପଡି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନରସିଂହପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.