Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ରାସ୍ତା ପାର ବେଳେ ଚଢିଗଲା ବସ୍, ଚାଲିଗଲା ୮ବର୍ଷ ଶିଶୁର ଜୀବନ : ଘଟଣାସ୍ଥଳରେ ଉତ୍ତେଜନା

21/12/2020 at 3:14 PM

ଭଦ୍ରକ ୨୧।୧୨: ରାସ୍ତା ପାର ହେଉଥିବା ବେଳେ ବସ୍ ଦୁର୍ଘଟଣାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଶିଶୁର ମୃତ୍ୟୁ ପରେ ଘଟଣାସ୍ଥଳରେ ଲାଗିରହିଛି ଉତ୍ତେଜନା । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଭଦ୍ରକ-ଆଖଣ୍ଡଳମଣୀ ରାସ୍ତା ଅସୁରାଳୀ ବଜାର ନିକଟରେ ଦୁର୍ଘଟଣା ଘଟିଛି । ବସ୍ ଧକ୍କାରେ ଧୁଷୁରୀ ଥାନା ହାତିଆପଡାର ନରେନ୍ଦ୍ର ମହାନ୍ତିଙ୍କ ପୁଅ ୮ବର୍ଷର ପୁଅର ମୃତ୍ୟୁ ହୋଇଛି । ରାସ୍ତା ପାର ହେଉଥିବା ବେଳେ କଣ୍ଢେଇ ନାମକ ଘରୋଇ ବସ୍ ଦୁର୍ଘଟଣାରେ ଶିଶୁ ପୁତ୍ର ଗୁରୁତର ହୋଇ ପଡିଥିଲା । ଗୁରୁତର ଶିଶୁକୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଶିଶୁ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ସେହି ରାସ୍ତାରେ ଉଭୟ ପଟରୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛି । ଖବର ପାଇ ଧୁଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ କରୁଛି ।

   Related Posts