ଜମିବାଡି ବିବାଦକୁ ନେଇ ୮ବର୍ଷର ନାବାଳକଙ୍କୁ ଟାଙ୍ଗିଆରେ ଆକ୍ରମଣ, ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | May 20, 2021 IST

କଣ୍ଟାବାଞ୍ଜି ୨୦।୫: ଜମିବାଡ଼ି ବିବାଦକୁ ନେଇ ନିରୀହ ବାଳକଙ୍କୁ ହତ୍ୟା । ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟାକାରୀକୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ପଣ୍ଡରେନ ଗାଁର ଜିତେନ ପୋଡ଼ ସେହି ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିଲା । ପରେ ଧନପତର ଭାଇ ୮ ବର୍ଷର ପରମେଶ୍ବରଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ପୋଲିସ ଅଭିଯୁକ୍ତ ଜିତେନକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

କିଛି ଦିନ ପୂର୍ବରୁ ଧନପତ ଗହୀରକୁ ଜମି ମାଗୁଥିଲା ଜିତେନ ପୋଡ । ଜମି କାହିଁକି ମାଗଣାରେ ଦେବ ବୋଲି ଧନପତ ମନା କରିଦେଇଥିଲେ । ତେବେ ଗୁରୁବାର ସକାଳେ ଧନପତ ଏକ ବାଇକରେ ଗାଁରେ ଥିବା ଚାଷ ଜମିକୁ ବୁଲି ଯାଇଥିବା ସମୟରେ ଜିତେନ ମରଣାନ୍ତକ ଆକ୍ରମଣ କରିଥିଲା । ଧନପତ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇଥିବା ବେଳେ ସେହି ଚାଷ ଜମିରେ ପୂର୍ବରୁ ଥିବା ତାଙ୍କ ଭାଇ ପରମେଶ୍ବରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟାଇବା ପରେ ଜିତେନ ବାଇକରେ ତାର ପରିବାରକୁ ଗାଁରୁ ଅନ୍ୟତ୍ର ନେଇ ଯାଉଥିବା ସମୟରେ ତୁରେକେଲା ପୋଲିସ ଜିତେନକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.