ଶୋଇଥିବା ଅବସ୍ଥାରେ ଘରୁ ଟେକି ନେଇ ୮ ବର୍ଷର ଶିଶୁକୁ ଗଣଦୁଷ୍କର୍ମ ପରେ ହତ୍ୟା

Published By : Prameya-News7 Bureau | May 20, 2019 IST

ବିହାର ନବାଦା ଅନ୍ତର୍ଗତ ଗୋଟିଏ ଗାଁରେ ଶନିବାର ଦିନ ଘରେ ଶୋଇଥିବା ଶିଶୁକୁ ଟେକି ନେଇ ଶୋଇଥିବା ଅବସ୍ଥାରେ ୨ ଜଣ ଦୁଷ୍କର୍ମ କରିଥିଲେ । ନିଦରୁ ଉଠିବା ପରେ ଶିଶୁଟି ବହୁତ ବିକଳ ହୋଇ କାନ୍ଦିଥିଲା । କିନ୍ତୁ ଏହି ଅମଣିଷମାନଙ୍କୁ ଟିକେ ହେଲେ ଦୟା ଆସିଲାନାହିଁ । ଦୁଷ୍କର୍ମ ପରେ ୨ ଅଭିଯୁକ୍ତ ଶିଶୁକୁ ହତ୍ୟା କରି ମାଟିରେ ପୋତି ଦେଇଥିଲେ । ଏହି ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୮ ବର୍ଷର ଶିଶୁ ନିଜ ଜେଜେବାପାଙ୍କ ସହ ରହୁଥିଲା । ଶିଶୁର ବାପା ମା ଇଟା ଭାଟିରେ କାମ କରନ୍ତି । ଶନିବାର ଦିନ ବିଳମ୍ବିତ ରାତିରେ ଗାଁର ୪୦ ବର୍ଷ ବୟସ୍କ ଗୋରେଲାଲ ରାଜବଂଶୀ ସୋନୁ କୁମାର ସହ ମିଶି ଶିଶୁକୁ ଘରୁ ଉଠାଇ ଆଣିଥିଲା । ଘର ପାଖ ମଶାଣୀରେ ଉଭୟ ଶିଶୁ ସହ ଦୁଷ୍କର୍ମ କରି ତାର ହତ୍ୟା କରିଦେଇ ମଶାଣୀରେ ପୋତି ଦେଇଥିଲେ । ରବିବାର ଦିନ ସକାଳେ ଶିଶୁ ଜେଜେବାପା ତାକୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ଗାଁର ଆଉ କିଛି ଯୁବକ ମଧ୍ୟ ଖୋଜାଖୋଜି କରିଥିଲେ । ଶିଶୁ ନ ମିଳିବାରୁ ସୋନୁ କୁମାର ଉପରେ ଗାଁ ଲୋକେ ସନ୍ଦେହ କରିଥିଲେ । ସୋନୁକୁ ପଚରାଉଚୁରା କରିବାରୁ ସେ ସମସ୍ତ ଘଟଣା କହିଥିଲା । ସୋନୁ କହିବାନୁଯାୟୀ ମଶାଣୀରୁ ଶିଶୁର ମୃତଦେହ ଉଦ୍ଧାକ କରାଯାଇଥିଲା । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.