ଡିନାମାଇଟ ବିସ୍ଫୋରଣରେ ୮ବର୍ଷ ଶିଶୁ ଗୁରୁତର

Published By : Prameya-News7 Bureau | September 10, 2018 IST

ନୀଳଗିରି ୧୦/୯ : ବାଲେଶ୍ୱର ଜିଲ୍ଳା ନିଲଗିରି ଅଂଚଳରେ ଆଜି ଡିନାମାଇଟ ବିସ୍ଫୋରଣରେ ଜଣେ ୮ ବର୍ଷ ଶିଶୁ ଗୁରତର ହୋଇଛନ୍ତି । ମାଟିଆଳି ପଂଚାୟତ ପଥରଗୁହିରା ଗ୍ରାମର ଅଶୋକ ସିଂଙ୍କ ପୁଅ ମିଲନ ରାସ୍ତା କଡ଼ରୁ ଏକ ଅଫୁଟା ଡ଼ିନାମାଇଟକୁ ଆଣି ଘରେ ଥିବା ଏକ ବେଟେରୀରେ ସଂଯୋଗ କରି ଖେଳୁଥିଲେ । ହଠାତ ଏହା ବିସ୍ଫୋରଣ ହୋଇଯିବାରୁ ତାଙ୍କ ହାତରେ ଓ ପେଟରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି । ଘରେ କେହି ନଥିବାବେଳେ ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଦୌଡ଼ି ଆସିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତି କରିଥିଲେ । ବିସ୍ଫୋରକ ସାମଗ୍ରୀ କୁଆଡୁ ଆସିଲା ଏ ନେଇ ତଦନ୍ତ କରିବାକୁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.