Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ପୁଣି ନିର୍ଭୟା କାଣ୍ଡ ; ୮ବର୍ଷର ଶିଶୁକୁ ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ : ଜୋର ଧରିଛି ଅଭିଯୁକ୍ତଙ୍କୁ ଫାଶୀ ଦାବି

30/06/2018 at 10:10 AM

ନିହାତି ଅମାନୁଷିକ ! ଚକଲେଟର ଲୋଭ ଦେଖାଇ କୋମଳମତି ଶିଶୁଙ୍କୁ ଦୁଷ୍କର୍ମ କରୁଛନ୍ତି କାମୁକ | ମଧ୍ୟପ୍ରଦେଶ ମନ୍ଦସୌରରେ ପୁଣି ନିର୍ଭୟା କାଣ୍ଡ ହଇଚଇ ମଚେଇଦେଇଛି | ଗତ ୨୬ ତାରିଖରେ ଘଟିଥିବା ଘଟଣାରେ ସ୍ତବ୍ଧ ହୋଇଯାଇଛି ପୁରା ଦେଶ | ଗତ ୨୬ ତାରିଖ ଦିନ ସ୍କୁଲ ଛୁଟି ହେବା ପରେ ଘରକୁ ଫେରୁଥିଲେ ନାବାଳିକା | ଅଭିଯୁକ୍ତ ଇରଫାନ ଖାନ ଚକଲେଟ ଲୋଭ ଦେଖାଇ ନାବାଳିକାକୁ ନିଆକତାରେ ବନ୍ଦ ପଡିଥିବା ଏକ ପ୍ଲାଣ୍ଟକୁ ନେଇଯାଇଥିଲା | ସେଠାରେ ଜଣେ ସହଯୋଗୀ ସହ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲା | ଦୁଷ୍କର୍ମ ପରେ ନାବାଳିକାକୁ ମାରିଦେବାକୁ ପ୍ରୟାସ କରିଥିଲେ ନର ପିଶାଚମାନେ | ଛୁରୀରେ ତଣ୍ଟି କାଟି ଏକ ବୁଦା ଭିତରେ ଫୋପାଡ଼ିଦେଇ ଫେରାର ହୋଇଯାଇଥିଲେ | ସାରା ରାତି ମୁମୂର୍ଷୁ ଅବସ୍ଥାରେ ପଡିରହିଥିଲା କୋମଳମତି ଶିଶୁ | ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ନାବାଳିକା | ସିସିଟିଭି ଫୁଟେଜକୁ ଆଧାର କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ | ୮ ବର୍ଷର ନାବାଳିକା ପୀଡିତାଙ୍କୁ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ | ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଜୋର ଧରିଛି ଦାବି | ଅଭିଯୁକ୍ତଙ୍କ ମାମଲା କୌଣସି ଓକିଲ ନଲଢ଼ିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଓକିଲ ସଂଘ | ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି |

   Related Posts