Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ସଂସଦ ବାହାରେ ପ୍ଲାକାର୍ଡ଼ ଧରି ପ୍ରଧାନମନ୍ତ୍ରୀଙ୍କୁ ଅପେକ୍ଷା କରିଛି ୮ ବର୍ଷର ଶିଶୁ

24/06/2019 at 8:41 AM

ନୂଆଦିଲ୍ଲୀ ୨୪/୬ : ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଙ୍ଗ ଏବେ ସାରା ଦୁନିଆ ପାଇଁ ଏକ ଚେତାବନୀ ସୃଷ୍ଟି କରିଛି । ଏହି ସମସ୍ୟା ଲଗାତାର ବଢ଼ିବାରେ ଲାଗିଛି । ଏହି ସମସ୍ୟା ସହ ଲଢ଼ିବାକୁ, ଏହାର ସମାଧାନ ବାଟ ବାହାର କରିବାକୁ ଅନେକ ଦେଶ ନାନା ପଦକ୍ଷେପ ମଧ୍ୟ ନେଉଛନ୍ତି । ଭାରତ ମଧ୍ୟ ଏହି ସମସ୍ୟାକୁ ନେଇ ଗମ୍ଭୀର ଭାବେ ଚିନ୍ତା କରୁଛି । ଏହି ମାମଲାରେ ସଂସଦ ବାହାରେ ଏକ ରୋମାଞ୍ଚକ ଘଟଣା ଦେଖିବାକୁ ମିଳିଛି । ଜଣେ ୮ ବର୍ଷର ଶିଶୁ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପେକ୍ଷା କରିଛି ।

ଜଣେ ୮ ବର୍ଷର ଶିଶୁ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ସଂସଦ ବାହାରେ ଏକ ପ୍ଲାକାର୍ଡ଼ ଧରି ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କୁ ଅପିଲ କରି ଛିଡା ହୋଇରହିଥିବା ଦେଖିବାକୁ ମିଳିଛି । ଶିଶୁ ହାତରେ ଥିବା ପ୍ଲାକାର୍ଡ଼ରେ ଲେଖା ହୋଇଛି, ” ପ୍ରିୟ ଶ୍ରୀମାନ ପ୍ରଧାନମନ୍ତ୍ରୀ ଓ ସାଂସଦ, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଙ୍ଗ ଆଇନ ପାସ କରି ଭବିଷ୍ୟତ ରକ୍ଷା କରନ୍ତୁ ।”

ଏହି ୮ ବର୍ଷର ଶିଶୁ ହେଲେ ଲାଇସିପ୍ରିୟା କାଙ୍ଗଜୁମ । ଏହି ବୟସରେ ଶିଶୁଟି ଜଳବାୟୁ ପରିବର୍ତ୍ତନ ନେଇ ବହୁତ ଚିନ୍ତିତ । ସେ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ କଥା ଶୁଣନ୍ତୁ ଏବଂ ଗମ୍ଭୀର ଭାବେ ଚିନ୍ତା କରି ଏହି ଆଇନ ପାସ କରନ୍ତୁ । ଏହି ଅପିଲ ସହ ଲାଇସିପ୍ରିୟା ପ୍ଲାକାର୍ଡ଼ ଧରି ସଂସଦ ବାହାରେ ପହଂଚିଥିଲେ ।

ଏକ ଇଣ୍ଟରଭିୟୁରେ ଲାଇସିପ୍ରିୟା କହିଛନ୍ତି ଯେ, “ମୁଁ ପ୍ରଧାନମନ୍ତ୍ରୀ ଏବଂ ସମସ୍ତ ସାଂସଦଙ୍କୁ ଅପିଲ କରୁଛି ଯେ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଙ୍ଗ ମାମଲାରେ ଦୃଢ ପଦକ୍ଷେପ ନିଅନ୍ତୁ ଏବଂ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ । ସମୁଦ୍ର ସ୍ଥର ଧୀରେ ଧୀରେ ବଢ଼ିବାରେ ଲାଗିଛି ଏବଂ ପୃଥିବୀ ଲଗାତାର ଗରମ ହେଇଚାଲିଛି ।”

ଲାଇସିପ୍ରିୟା ସଂସଦ ବାହାରେ ପ୍ଲାକାର୍ଡ଼ ଧରି ଅପିଲ କରିଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ୮ ବର୍ଷର ନିରୀହ ଶିଶୁକୁ ଅନେକ ପ୍ରଶଂସା କରୁଛନ୍ତି । ଲାଇସିପ୍ରିୟାଙ୍କ ଅପିଲକୁ ଜନତା ସହମତି ଜଣାଇଛନ୍ତି । 

   Related Posts