Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ମା’ ବାହାଘର ଭୋଜିକୁ ନେବାକୁ ମନାକରିବାରୁ ବେକରେ ଫାସି ଲଗାଇ ଝୁଲି ପଡିଲା ୮ ବର୍ଷର ଶିଶୁ

26/11/2020 at 2:08 PM

ମୁଜାଫରନଗର ୨୬/୧୧ : ସାଧାରଣତଃ ବାପା-ମା ପିଲାଙ୍କ ସବୁ ଜିଦ ପୁରା କରିଥାନ୍ତି। ପିଲାଙ୍କ ଜିଦ ପୁରା କରିବାକୁ ବେଳେବେଳେ ବାପା-ମା’ଙ୍କୁ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥାଏ। କିନ୍ତୁ ପିଲାଙ୍କ ସବୁ ଜିଦ ପୁରା କରିବା ମଧ୍ୟ ଠିକ ନୁହେଁ। ପିଲାଙ୍କ ଜିଦ ପୁରା କରିବା ବେଳେବେଳେ ବାପା-ମା’ଙ୍କ ପାଇଁ ବହୁତ ମହଙ୍ଗା ପ୍ରମାଣିତ ହୋଇଥାଏ। ପିଲା ବେଳେବେଳେ ଜିଦର ବଶବର୍ତ୍ତୀ ହୋଇ ଭୁଲ ପଦକ୍ଷେପ ନେଇଥାନ୍ତି | ଉତ୍ତର ପ୍ରଦେଶରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି।

ଜଣେ ୮ ବର୍ଷର ଶିଶୁ ପଙ୍ଖାରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଉତ୍ତର ପ୍ରଦେଶ ମୁଜାଫରନଗରରେ ବୁଧବାର ଦିନ ଘଟିଛି ଏହିଭଳି ଏକ ହୃଦୟ ବିଦାରକ ଘଟଣା। ଶିଶୁକୁ ତାଙ୍କ ମା ବାହାଘର ଭୋଜିକୁ ନ ନେବାରୁ ସେ ଆତ୍ମହତ୍ୟା କରିଛି। ଚରଥୱାଲ ଥାନା ଅନ୍ତର୍ଗତ ନିର୍ଧନ ଗାଁରେ ଘଟିଛି ଏହି ଘଟଣା। ଷ୍ଟେସନ ହାଉସ ଅଫିସର ଧର୍ମେନ୍ଦ୍ର ସିଂହଙ୍କ କହିବାନୁଯାୟୀ, ଘଟଣା ସମ୍ପର୍କରେ ସୁଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଜଘରଲୋକ ଶିଶୁର ମୃତଦେହକୁ ପୋତି ସାରିଥିଲେ।

ଘର ଲୋକ ପୋଲିସକୁ କହିଛନ୍ତି ଯେ ଶିଶୁଟି ବାହାଘର ଭୋଜିକୁ ଯିବାକୁ ନିଜ ମା’ ପାଖରେ ଜିଦ କରିଥିଲା। ବାହାଘର ଭୋଜି ପାୱତି ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଥିଲା। କିନ୍ତୁ ମହିଳା ଜଣକ ଝିଅକୁ ନ ନେଇ ପୁଅକୁ ନେଇଯାଇଥିଲେ। ଫଳରେ ଶିଶୁଟି ଅନ୍ତ୍ୟନ୍ତ ମନଦୁଃଖ କରି ଏହିଭଳି ଏକ ପଦକ୍ଷେପ ଉଠାଇଥିଲା।

ଗ୍ରାମବାସୀଙ୍କ କହିବାନୁଯାୟୀ, ଶିଶୁଟି ଘରର କବାଟ ଭିତରପଟୁ ବନ୍ଦ କରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛି। ଘରଲୋକ ବାହାଘରରୁ ଫେରିବା ପରେ ଘରର କବାଟ ଭିତରପଟୁ ବନ୍ଦ ଥିଲା। ଯେତେ ଡାକିଲା ପରେ ବି କେହି କବାଟ ନ ଖୋଲିବାରୁ ଘରଲୋକ କିଛି ଗ୍ରାମବାସୀଙ୍କ ସାହାଯ୍ୟରେ କବାଟକୁ ଧକ୍କା ମାରି ଭାଙ୍ଗିଥିଲେ। କବାଟ ଖୋଲିବା ପରେ ଘରଲୋକ ଓ ଗ୍ରାମବାସୀ ଯାହା ଦେଖିଲେ ଚକିତ ହୋଇଗଲେ। କବାଟ ଖୋଲିଲାବେଳେ ଝିଅର ମୃତଦେହ ପଙ୍ଖାରେ ଝୁଲୁଥିଲା।

   Related Posts