ମୋବାଇଲ୍‌ରେ ଗେମ୍ ଖେଳୁ ଖେଳୁ କାର୍‌ରେ ଲକ୍ ହୋଇଗଲା ୮ବର୍ଷର ଶିଶୁ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ

Published By : Prameya-News7 Bureau | June 19, 2021 IST

ମଥୁରା ୧୯।୬: ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର ଏକ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲରେ ଗେମ୍ ଖେଳୁଥିବାବେଳେ ଜଣେ ୮ ବର୍ଷର ବାଳକ କାରରେ ବସିଯାଇଥିଲେ  । କାରଟି ଲକ୍ ହୋଇଯିବାରୁ ସେ ଆଉ ବାହାରକୁ ବାହାରି ପାରିନଥିଲେ । ଫଳରେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏ ନେଇ ସୂଚନା ଦେଇଛି ।

ପୋଲିସର ସୂଚନା ଅନୁସାରେ, ରିଫାଇନାରୀ ଥାନା ବରାରି ଗ୍ରାମ ନିବାସୀ ରିଙ୍କୁ ଅଗ୍ରୱାଲଙ୍କ ପୁଅ କୃଷ୍ଣ ମୋବାଇଲ୍ ନେଇ ଖେଳିବାକୁ ଯାଇଥିଲା । ଯେତେବେଳେ ଦୀର୍ଘ ସମୟ ପରେ ମଧ୍ୟ କୃଷ୍ଣ ଫେରିନଥିଲେ, ସେତେବେଳେ ତାଙ୍କର ପରିବାରଲୋକ ଖୋଜାଖୋଜି କରିଥିଲେ । ପରିବାରଲୋକ ତାଙ୍କୁ ପାଖ ପଡିଶାଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କୁ କେଉଁଠି ବି ପାଇନଥିଲେ ।

ଅଧିକାରୀଙ୍କ କହିବା ଅନୁସାରେ, ପ୍ରାୟ ୨ ଘଣ୍ଟା ଖୋଜାଖୋଜି କରିବା ପରେ କେହି ଜଣେ ତାଙ୍କୁ ବାହାରେ ପାର୍କିଂ ହୋଇଥିବା କାରରେ ପଡିଥିବାର ଦେଖିବାକୁ ପାଇଥିଲେ । ପରିବାରଲୋକେ କାର୍ ଟିକୁ ଖୋଲିବା ପରେ ଶିଶୁଟି ଚେତାଶୂନ୍ୟ ହୋଇପଡିଥିଲା । ଶିଶୁଟିକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.