ଘନ କୁହୁଡ଼ି ପାଇଁ ପଛକୁ ପଛ ପିଟି ହେଲା ୮ ଗାଡ଼ି, ୩ ମୃତ, ୫ ଆହତ
1/01/2021 at 4:08 PM

Image Courtesy : india.com
ଆଗ୍ରା ୦୧/୦୧: ବେଦମ କରୁଛି ଘନ କୁହୁଡ଼ି। କୁହୁଡ଼ିରେ ଗାଡ଼ି ଚଳାଇବା ଏକପ୍ରକାର ମୁସକିଲ୍ ହୋଇପଡ଼ୁଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ ଓ୍ବେରେ ଯମ ଦୂତ ସାଜିଛି ଘନ କୁହୁଡ଼ି।
ଘନ କୁହୁଡ଼ି ଯୋଗୁ ୮ଟି ଗାଡ଼ି ପଛକୁ ପଛକୁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ମୃତ୍ୟୁ ହୋଇଥିବ ବେଳେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଛି।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲ ପଠାଇଛି। ମିଳିଥିବା ସୂଚନା ଅନୁସାରେ ପିଜିଆଇ ହସ୍ପିଟାଲରେ ଆହତମାନଙ୍କ ଚିକିତ୍ସା ଚାଲିଛି। ଏହା ପୂର୍ବରୁ ଘନ କୁହୁଡ଼ି ପାଇଁ ବହୁ ଗାଡ଼ି ଧକ୍କା ହୋଇଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା।