ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ… ଆଜିଠୁ ଟ୍ରାକ୍‌ରେ ଦୌଡିବ ୮ଟି ଟ୍ରେନ୍, ଯାତ୍ରା ପାଇଁ କନଫର୍ମ ଟିକେଟ୍ ଏବଂ ମାସ୍କ ଜରୁରୀ

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୫: ଲକ୍ ଡାଉନ୍ ୩.୦ ଅବଧି ଶେଷ ହେବାକୁ ମାତ୍ର ୫ ଦିନ ବାକି ରହିଛି । ମେ’ ୧୭ ପରେ କ’ଣ ହେବ ସମସ୍ତେ ଅପେକ୍ଷା କରିଛନ୍ତି । କିନ୍ତୁ ଆଜିଠାରୁ ଲକ୍ ଡାଉନ୍ ମଧ୍ୟରେ ପୁଣି ଥରେ ଟ୍ରେନ୍ ଦୌଡିବାକୁ ପ୍ରସ୍ତୁତ । କେନ୍ଦ୍ର ସରକାରଙ୍କ ଦ୍ବାରା ଦିଲ୍ଲୀ ଷ୍ଟେସନରୁ ଚଳାଇବାକୁ ଥିବା ୧୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆଜିଠାରୁ ଆରମ୍ଭ ହେବ । ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ୍ ୮ଟି ଟ୍ରେନ୍ ଚଳାଚଳ ଆରମ୍ଭ ହେବ । ଯାହା ଦିଲ୍ଲୀରୁ ଛାଡିବ କିମ୍ବା ବିଭିନ୍ନ ସହରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ।

ସୋମବାର ଦିନ ୪ଟାରେ ରେଳ ବିଭାଗ ୱେବସାଇଟରେ ଏହି ଟ୍ରେନଗୁଡିକ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଥିଲା । ଯଦିଓ ବୈଷୟିକ ତ୍ରୁଟି ହେତୁ ବୁକିଂ କେବଳ ସନ୍ଧ୍ୟା ୬ଟା ପରେ କରାଯାଇଥିଲା । ପ୍ରାୟ ୫୪ ହଜାର ଟିକେଟ୍ ପ୍ରସ୍ତୁତ କରାଯାଇଛି । ତଥାପି ଯାହାର ଟିକେଟ୍ କନଫର୍ମ ହେବ, କେବଳ ସେମାନେ ହିଁ ଯାତ୍ରା କରିବାର ସୁଯୋଗ ପାଇବେ ।

ମଙ୍ଗଳବାର ମେ’ ୧୨ରୁ ଆରମ୍ଭ ହେବାକୁ ଯାଉଥିବା ଟ୍ରେନ୍ ସେବା…

୧. ନୂଆଦିଲ୍ଲୀ ଦିବ୍ରୁଗଡ

ଷ୍ଟପେଜ୍ : ଦିମାପୁର, ଲାମଡିଙ୍ଗ, ଗୁଆହାଟି, କୋକରଝର, ମାରୈନୀ, ନୂଆ ଜଲପାଇଗୁରୀ, କଟିହାର, ବରୁନି, ଦାନାପୁର, ପଣ୍ଡିତ ଦୀନଦୟାଲ ଜଙ୍କସନ, ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ ।

୨. ନୂଆଦିଲ୍ଲୀରୁ ବେଙ୍ଗାଲୁରୁ

ଷ୍ଟପେଜ୍ : ଅନନ୍ତପୁର, ଗୁନ୍ତକଲ, ସିକନ୍ଦରାବାଦ, ନାଗପୁର, ଭୋପାଳ, ଝାନସୀ

୩. ନୂଆଦିଲ୍ଲୀରୁ ବିଲାସପୁର |

ଷ୍ଟପେଜ୍ : ରାୟପୁର, ନାଗପୁର, ଭୋପାଳ, ଝାନସୀ ।

୪. ହାୱଡାରୁ ନୂଆଦିଲ୍ଲୀ

ଷ୍ଟପେଜ୍ : ଆସାନସୋଲ, ଧନବାଦ, ଗୟା, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ, ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ ।

୫. ରାଜେନ୍ଦ୍ର ନାଗରରୁ ନୂଆଦିଲ୍ଲୀ

ଷ୍ଟପେଜ୍ : ପାଟନା ଜଙ୍କସନ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ପ୍ରୟାଗରାଜ, କାନପୁର ସେଣ୍ଟ୍ରାଲ ।

୬. ବେଙ୍ଗାଲୁରୁ ନୂଆଦିଲ୍ଲୀ

ଷ୍ଟପେଜ୍ : ଅନନ୍ତପୁର, ଗୁନ୍ତକଲ, ସିକନ୍ଦରାବାଦ, ନାଗପୁର, ଭୋପାଳ, ଝାନସୀ ।

୭. ମୁମ୍ବାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ

ଷ୍ଟପେଜ୍ : ସୁରଟ, ଭଦୋଦରା, ରତଲାମ, କୋଟା ।

୮. ଅହମ୍ମଦାବାଦରୁ ନୂଆଦିଲ୍ଲୀ

ଷ୍ଟପେଜ୍ : ପଲାନପୁର, ଆବୁ ରୋଡ୍, ଜୟପୁର, ଗୁରୁଗାଓଁ ।

{"id":269018,"sizeSlug":"large"}

ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ...

• ଯେଉଁମାନଙ୍କର ଟିକେଟ୍ ନିଶ୍ଚିତ ହୋଇଛି, ସେମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ।

• ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ଆବଶ୍ୟକ, ଯେଉଁଠାରେ ମେଡିକାଲ ସ୍କ୍ରିନିଂ କରାଯିବ ।

• ଟ୍ରେନ୍ ଟିକେଟ୍ ର ବ୍ୟବହାର କର୍ଫ୍ୟୁ ପାସ୍ ପରି କରାଯାଇପାରିବ, ଯାହାଦ୍ବାରା କେହି ରାସ୍ତାରେ ଅଟକି ପାରିବେ ନାହିଁ ।

• ଦିଲ୍ଲୀର ସମସ୍ତ ଟ୍ରେନ୍ ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଚଳାଚଳ କରିବ, ଯାତ୍ରୀମାନେ କେବଳ ପହାଡଗଞ୍ଜ ପାର୍ଶ୍ବରେ ଥିବା ଗେଟ୍ ରୁ ପ୍ରବେଶ କରିପାରିବେ।

• ଷ୍ଟେସନରେ ହ୍ୟାଣ୍ଡ ସାନିଟାଇଜର ସୁବିଧା ରହିବ, ମାସ୍କ ପିନ୍ଧିବା ଆବଶ୍ୟକ ।

• ଯେଉଁ ରାଜ୍ୟକୁ ଯାଉଥିବେ, ସେଠାକାର ନିୟମ ମାନିବାକୁ ପଡିବ । ଯାହା ରାଜ୍ୟ ସରକାର ସ୍ଥିର କରିଛନ୍ତି।

• କୋଚରେ କୌଣସି ବେଡସିଟ୍, କମ୍ବଳ କିମ୍ବା କୌଣସି ପରଦା ରହିବ ନାହିଁ ।

• ଆରମ୍ଭ ହେଉଥିବା ଟ୍ରେନ୍ ଗୁଡିକରେ କେବଳ ଏସି କୋଚ୍ ରହିବେ । ଏସି ଫାଷ୍ଟ, ସେକଣ୍ଡ ଏବଂ ଥାର୍ଡ ଏସି କୋଚ୍ ରହିବ ।

• ଏହି ସ୍ବତନ୍ତ୍ର ଟ୍ରେନଗୁଡିକର ଭଡା ରାଜଧାନୀ ଏକ୍ସପ୍ରେସ ଟ୍ରେନ୍ ସହିତ ପ୍ରାୟ ସମାନ ।

• ଯାତ୍ରୀମାନଙ୍କୁ ସେମାନଙ୍କ ଖାଦ୍ୟ ଏବଂ ପାନୀୟ ସାଙ୍ଗରେ ଆଣିବାକୁ ପରାମର୍ଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.