Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ପାଲଘରରେ ୪ ଘଣ୍ଟାରେ ୮ ଥର ଭୂମିକମ୍ପ, ଲୋକଙ୍କ ପାଇଁ ଖୋଲା ପଡ଼ିଆରେ ଲାଗିଲା ତମ୍ବୁ

11/09/2020 at 3:17 PM

ମୁମ୍ବାଇ ୧୧/୦୯: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଶୁକ୍ରବାର ଦିନ ୪ ଘଣ୍ଟା‌ରେ ୮ ଥର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ୮ ଥର ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୨.୨ରୁ ୩.୬ ମଧ୍ୟରେ ଥିଲା ବୋଲି ଜଣାପଡ଼ିଛି । ଡାହାଣୁ ଓ ତଳାସରୀ ତହସିଲ୍‌ରେ ୮ ଥର ଭୂମିକମ୍ପ ହୋଇଥିବା ବେଳେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ ।

ସ୍ଥାନୀୟ ଅଧିକାରୀଙ୍କ ସୂଚନା ମୁ୍ତାବକ ଗୁରୁବାର ରାତି ୩.୨୯ରେ ୩.୫ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୁତ ହୋଇଥିଲା । ଏହାପରେ ସକାଳ ୭ରେ ୩.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମୋଟ ୮ ଥର ଭୂକମ୍ପ ଅନୁଭୂତ ହୋଇଛି ।

ତେବେ​‌ ଭୂମିକମ୍ପ ଅନୁଭୂତ ହେବା ପରେ ସ୍ଥାନୀୟ ତହସିଲଦାରଙ୍କ ନିର୍ଦେଶ କ୍ରମେ ଖୋଲା ପଡ଼ିଆରେ ତମ୍ବୁ ଲଗାଯାଇଛି । ଘରେ ଲୋକମାନେ ଅସୁରକ୍ଷିତ ଅନୁଭବ କଲେ ତମ୍ବୁ ତଳେ ଆଶ୍ରୟ ନେଇପାରିବେ । ଏହି ଦୁଇ ତହସିଲ୍‌ ଅଞ୍ଚଳରେ ପୂର୍ବ ସପ୍ତାହରେ ହୋଇଥିବା ଭୂମିକମ୍ପରେ ବହୁ ଘରର କାନ୍ଥ ହୋହଲିଯାଇଥିବା ବେ​‌ଳେ ବହୁ ଦୋକନ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଥିଲା।

   Related Posts