Lock down ସତ୍ତ୍ୱେ ୨୦୨୦ରେ ରେଳରେ କଟି ପ୍ରାଣ ହରାଇଛନ୍ତି ୮ ହଜାର ୭ଶହ ଜଣ, ଅଧିକାଂଶ ମୃତକ ପ୍ରବାସୀ ଶ୍ରମିକ

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୨।୬: କରୋନା ଭାଇରସ ମହାମାରୀ ଯୋଗୁ ଗତବର୍ଷ ଦେଶବ୍ୟାପି ଲକଡାଉନ ଜାରି ହୋଇଥିଲା। ଏଥିରେ ଯାତ୍ରୀ ରେଳ ସେବା  ସମ୍ପୂର୍ଣ୍ଣ ବନ୍ଦ ଥିବା ବେଳେ ୨୦୨୦ ମସିହାରେ ୮ ହଜାର ୭ଶହ ୩୩ ଜଣ ରେଳରେ କଟି ପ୍ରାଣ ହରାଇଛନ୍ତି। ପ୍ରାୟ ମୃତକ ପ୍ରବାସୀ ଶ୍ରମିକ ବୋଲି ସୂଚନା ଅଧିକାର ଆଇନରେ ମଧ୍ୟପ୍ରଦେଶର ଚନ୍ଦ୍ର ଶେଖର ଗୌଡ କେନ୍ଦ୍ର ରେଳବୋର୍ଡଙ୍କୁ କରିଥିବା ପ୍ରଶ୍ନର ଜବାବରେ ପ୍ରାପ୍ତ କରିଛନ୍ତି।

{"id":460583,"sizeSlug":"large","linkDestination":"none"}

ଆରଟିଆଇ ମାଧ୍ୟମରେ ଗୌଡ କରିଥିବା ପ୍ରଶ୍ନର ଉତ୍ତରରେ ରେଳବାଇ ବୋର୍ଡ ରାଜ୍ୟ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏହି ତଥ୍ୟ ଦେଇଛନ୍ତି। ଯେଉଁଥିରେ ୨୦୨୦ମସିହାରେ ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଯୋଗୁ ୮ଶହ ୫ଜଣ ଆହତ ହୋଇଥିବା ବେଳେ ୮ ହଜାର ୭୩୩ ଜଣ ପ୍ରାଣ ହରାଇଥିବାର ସୂଚିତ କରିଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଶ୍ରମିକ ଥିବା ଅଧିକାରୀ ପୃଥକ ଭାବେ କହିଛନ୍ତି।

{"id":460584,"sizeSlug":"large","linkDestination":"none"}

ଲକଡାଉନ ଯୋଗୁ ପରିବହନ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା। ଏଣୁ ଲୋକେ ପାଦରେ ଚାଲିଚାଲି ନିଜନିଜ ଘରକୁ ଫେରିବାରେ ଲାଗିଥିଲେ। ଏଥିରେ ସଡକ ଅଥବା ରାଜମାର୍ଗ ତୁଳନାରେ ରେଳ ରାସ୍ତାର ଦୂରତା କମ୍‌ ବୋଲି ଅଧିକାଂଶ ଲୋକଙ୍କ ଧାରଣା ଥିବାରୁ ଲୋକେ ରେଳ ମାର୍ଗକୁ ଚାଲିଚାଲି ଯିବା ପାଇଁ ବିକଳ୍ପ ବାଛି ଥିଲେ। ଏହା ଛଡା ଲୋକେ ଦଳଦଳ ହୋଇ ରାସ୍ତାରେ ଚାଲିବା ଲକଡାଉନ ନିୟମର ଉଲ୍ଲଂଘନ ଥିଲା। ଏଣୁ ଅନେକ ସ୍ଥାନରେ ଲୋକେ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ମଧ୍ୟ ହେଉଥିଲେ। ପୋଲିସରୁ ବର୍ତ୍ତିବା ସାଙ୍ଗକୁ ସହଜରେ ଘରେ ପହଞ୍ଚିବା ଲାଗି ଅନେକ ଲୋକେ ରେଳ ଧାରଣାରେ ଚାଲୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଘର ରାସ୍ତା ଭୁଲି ଯିବା ଆଶଙ୍କାରେ  ରେଳ ଧାରଣାରେ ଯାଉଥିବା ବେଳେ ଲକଡାଉନ ଯୋଗୁ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ବୋଲି ଅନେକଙ୍କ ଧାରଣାଥିଲା।

{"id":460585,"sizeSlug":"large","linkDestination":"none"}

ତେବେ ଦୁର୍ଘଟଣାରେ ନୁହେଁ ଅନଧିକାର ପ୍ରବେଶ ଯୋଗୁ ଏପରି ସବୁ ଅଘଟଣ ଘଟିଥିବାର ରେଳବାଇ ମୁଖପାତ୍ର ଡି.ଜେ.ନାରାୟଣ କହିଛନ୍ତି। ସେ କହିଛନ୍ତି ଯେ ରେଳ ଧାରଣା କଡକୁ ନ ଯିବା ଲାଗି ରେଳବାଇ ସାରା ଦେଶରେ ଲୋକଙ୍କୁ ଦୀର୍ଘ ବର୍ଷରୁ ସତର୍କ କରିଆସୁଛି। ଏ ବାବଦେ ଲୋକଙ୍କୁ ସମ୍ବେଦନଶୀଳ ହେବା ଲାଗି ମଧ୍ୟ ସଚେତନ କରାଯାଉଛି। ଦେଶରେ ୭୦ ହଜାର କିଲୋମିଟର ଦୀର୍ଘ ରେଳ ଲାଇନ ରହିଛି। ଏହି ସବୁ ଲାଇନରେ ଦୈନିକ ୧୭ ହଜାରରୁ ଅଧିକ ଟ୍ରେନ ଚଳାଚଳ କରୁଛନ୍ତି। ଏଣୁ ରେଳ ଧାରଣାରେ ଚାଲିଚାଲି ଯାଉଥିବା ବେଳେ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁ ବାସ୍ତବିକ ଦୁର୍ଭାଗ୍ୟପୂର୍ଣ୍ଣ ଓ ଦୁଃଖଦ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.