ଜମ୍ମୁ-କାଶ୍ମୀର ସୀମାରେ ଅପରେସନ ଅଲ୍ଆ‌ଉଟ୍ : ୮ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | June 19, 2020 IST

ଶ୍ରୀନଗର ୧୯।୦୬: କାଶ୍ମୀରରେ ଭାରତୀୟ ସେନାଙ୍କ ଅପରେନସନ ଅଲ୍‌ଆଉଟ୍‌ ।  ଜାମ୍ମୁ-କାଶ୍ମୀରର ସୋପିଆଁ ଓ ଅବନ୍ତିପୁରାରେ ଶୁକ୍ରବାର ଦିନ ସେନାଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀ  ୮ଆତଙ୍କବାଦୀ ନିହତ । ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏନ୍‌କରାଉଣ୍ଟର କରି ୮ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତକ ଆତଙ୍କୀ ମଧ୍ୟରୁ ସୋପିଆଁରେ ପାଞ୍ଚ ଜଣ ନିହତ ହୋଇଥିବା ବେଳେ ତିନି ଜଣ ପମ୍ପୋରରେ ରହିଛନ୍ତି । ଦୁଇଟି ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, କାଶ୍ମୀରର ଅବନ୍ତିପୋରା ଜିଲ୍ଲାର ପମ୍ପୋର ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସେନା ଓ ପୋଲିସକୁ ସୂଚନା ମିଳିଥିଲା । ଗୁରୁବାର ଦିନ ଖବର ମିଳିବା ମାତ୍ରେ ସେନା ପୂରା ଅଞ୍ଚଳକୁ ଘେରିଯାଇଥିଲା । ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ରାତି ୨ଟାରେ ଏନ୍‌କାଉଣ୍ଟର ଚାଲିଥିବା ବେଳେ ଜଣେ ଆତଙ୍କୀ ନିହତ ହୋଇଥିବାର ଖବର ମିଳିଥିଲା । କିନ୍ତୁ ଏହାପରେ ଏନ୍‌କାଉଣ୍ଟର ଜାରି ରହିଥିଲା । ରାତିତମାନ ଗୁଳିବିନିମୟ ଜାରି ରହିଥିଲା ।  କିଛି ଆତଙ୍କବାଦୀ ମସଜିଦ୍‌ ମଧ୍ୟରେ ଲୁଚି ରହିଥିଲେ ।  ଧୀରେ ଧୀରେ କରି ଆଉ ଦୁଇ ଆତଙ୍କବାଦୀଙ୍କୁ ନିହତ କରାଯାଇଥିଲା ।

ସେପଟେ ସୋପିଆଁରେ ମଧ୍ୟ କିଛି ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେନା ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ । ସେନା ପୁରା ଅଞ୍ଚଳକୁ ଘେରିଥିବାର ଦେଖି ଗୁଳିମାଡ ଆରମ୍ଭ କରିଦେଇଥିଲା । କିନ୍ତୁ ସେନା ଏହାର ଦୃଢ ଜବାବ ଦେଇଥିଲେ । ଗୋଟିଏ ଗୋଟିଏ କରି ପୁରା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ସେନାର ବୀର ଯବାନମାନେ । ମୋଟ ୮ଜଣ ଆତଙ୍କୀ ନିହତ ହୋଇଛନ୍ତି । ଏହାଦ୍ୱାରା ଘାଟିରେ କିଛି ବଡ ଧରଣର ଅଘଟଣ ପୂର୍ବରୁ ରକ୍ଷା ମିଳିଛି ବୋଲି କହିଲେ ଭୁଲ୍‌ ହେବ ନାହିଁ । ନିହତ ଆହତଙ୍କବାଦୀଙ୍କ ନିକଟରୁ ମଧ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସ୍ତାନୀୟ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରି ସେନା ପକ୍ଷରୁ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.