ଡିଜେଲ ପିଇ ୮ ବର୍ଷ ପୁଅର ମୃତ୍ୟୁ
14/09/2018 at 3:01 PM

ବ୍ରହ୍ମପୁର ୧୪/୯ : ପାଣି ବଦଳରେ ଡିଜେଲ ପିଇ ୮ ବର୍ଷ ପୁଅର ମୃତ୍ୟୁ ହୋଇଛି | ଘଟଣା ଘଟିଛି ବ୍ରହ୍ମପୁର ଶେରଗଡ଼ କାଳିଆଘାଇ ଗାଁରେ | ମୃତ ବାଳକ ଅମିତ କୁମାର ରେଡ୍ଡୀ | ଗତକାଲି ରାତିରେ ବୋତଲରେ ପାଣି ଥିବା ଭାବି ଅମିତ ଡିଜେଲ ପିଇ ଦେଇଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ଗତକାଲି ରାତିରେ ଏମକେସିଜିରେ ଭର୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି | ଅମିତଙ୍କ ଘର କବିସୂର୍ଯ୍ୟନଗର ପଥରା ଗାଁରେ | ସେ ଅଜା ଘରକୁ ବୁଲିବାକୁ ଆସିଥିଲେ |
Related Posts
କେବେ ହେବ ମାନସିକ ବିକୃତଙ୍କ ପାଇଁ ଥଇଥାନ ବ୍ୟବସ୍ଥା ?
19 May 2022