Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାହୁଡା ଯାତ୍ରା ଦେଖିବାବେଳେ ଭୁଶୁଡିଗଲା ଛାତ : ୮ ଛାତ୍ରୀ ଆହତ, ଦୁଇ ଗୁରୁତର

ରାୟଗଡା ୧୨|୭: ରାୟଗଡା ଜିଲ୍ଲା ଟିକିରିରେ ବାହୁଡା ଯାତ୍ରା ବେଳେ ଘଟିଛି ଅଭାବନୀୟ ଘଟଣା । ସ୍କୁଲ ଛାତ ଉପରେ ଠିଆହୋଇ ବାହୁଡାଯାତ୍ରା ଦେଖୁଥିବାବେଳେ ଛାତ ଭୁଶୁଡି ପଡିବାରୁ ୮ଜଣ ଛାତ୍ରୀ ଆହତ ହୋଇଛନ୍ତି । ଆହତ ୮ଜଣଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅଛନ୍ତି ।

ଆହତ ଛାତ୍ରୀଙ୍କୁ ପ୍ରଥମେ ଟିକିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କୋରାପୁଟ ସ୍ଥିତ ଶହୀଦ ଲକ୍ଷଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି ।

ଆହତ ସମସ୍ତ ଛାତ୍ରୀ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଛାତ୍ରୀଙ୍କ ଅଭିଭାବକମାନେ ଖବର ପାଇ ପହଞ୍ଚୁଛନ୍ତି । ଘଟଣା କିଭଳି ଘଟିଲା ତାକୁ ନେଇ ତଦନ୍ତ ହେବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

ରଥଯାତ୍ରା ବେଳେ ମଧ୍ୟ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିଲା । ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ରଥ ମାଡିଯାଇ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ଯାଜପୁର ଜିଲ୍ଲା କାଳିଆପାଣିରେ ରଥଯାତ୍ରା ବେଳେ ରଥ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

257 Views

   ସମ୍ବନ୍ଧିତ ଖବର